nalco

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରା ଭଣ୍ଡାର ଖୋଲି ଦେଇଛନ୍ତି । ଏବେ ବିଶେଷ କରି ମହିଳାମାନଙ୍କ ପାଇଁ ନୀବନଙ୍କ ଭଣ୍ଡାର ଉନ୍ମୁକ୍ତ ରହିଛି । ଅଙ୍ଗନବାଡି କର୍ମୀଙ୍କ ପାଇଁ ଆଜି ବଡ ଘୋଷଣା କରିଛନ୍ତି । ସେମାନଙ୍କ ଦରମା ବୃଦ୍ଧି, ଆର୍ଥିକ ସହାୟତ, ବୟସ ସୀମା ବୃଦ୍ଧି ଓ ଖରାଛୁଟିର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଅଙ୍ଗନବାଡି କର୍ମୀମାନେ ଦୀର୍ଘଦିନ ଧରି ରାଜଧାନୀରେ ଆନ୍ଦୋଳନ ଚଳାଇଥିଲେ । ମୁଖୟମନ୍ତ୍ରୀ ଏହି ଘୋଷଣା କରି ସେମାନଙ୍କୁ ନିଜ ପଟକୁ ନେବାକୁ ସର୍ମଥ ହୋଇଛନ୍ତି । ଏହାଛଡା ଅନ୍ୟାନ୍ୟ ଘୋଷଣା ମଧ୍ୟ କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଆର୍ଥିକ ସହାୟତା ରାଶି ଘୋଷଣା କରିଥିଲେ ।
ଏହି ଘୋଷଣା ଅନୁଯାୟୀ, ଅଙ୍ଗନବାଡି କର୍ମୀଙ୍କ ଦରମା ୬ ହଜାରରୁ ୭୫୦୦କୁ ବୃଦ୍ଧି କରିଛନ୍ତି । ସେହିପରି ମିନି ଅଙ୍ଗନବାଡି କର୍ମୀଙ୍କ ଦରମା ୪୧୨୫ରୁ ୫୩୭୫କୁ ବୃଦ୍ଧି କରିଥିଲା ବେଳେ ହେଲପରଙ୍କ ଦରମା ୩ ହଜାରରୁ ୩୭୫୦କୁ ବୃଦ୍ଧି କରିଛନ୍ତି । ଅଙ୍ଗନବାଡି କର୍ମଙ୍କ ଅବସର ବୟସ ସୀମା ୬୦ ରୁ ୬୨କୁ ବୃଦ୍ଧି କରାଯାଇଛି । ଏଥିସହ ଅଙ୍ଗନବାଡି କର୍ମୀ ଓ ହେଲପରଙ୍କୁ ୧୫ ଦିନ ଖରା ଛୁଟି ମିଳିବ । ଅବସର ପରେ ଅଙ୍ଗନବାଡି କର୍ମୀ, ହେଲପରଙ୍କୁ ଆର୍ଥିକ ସହାୟତା ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଅଙ୍ଗନବାଡି କର୍ମୀଙ୍କୁ ୨୦ ହଜାର, ମିନଅଙ୍ଗନବାଡି କର୍ମୀଙ୍କୁ ୧୫ , ହେଲପରଙ୍କୁ ୧୦ ହଜାର ସହାୟତା ମିଳିବ । ଅଙ୍ଗନବାଡିଙ୍କ ପାଇଁ ପଦନ୍ନୋତିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିରେ ସୁପରଭାଇଜର ପଦବୀ ପାଇଁ ୫୦ ପ୍ରତିଶତ ରଖାଯାଇଛି । ଅର୍ଥାତ ସୁପରଭାଇଜର ପଦବୀର ୫୦ ପ୍ରତିଶତ ଅଙ୍ଗନବାଡି କର୍ମୀଙ୍କ ମଧ୍ୟରୁ ନିଆଯିବ ।
ମାଷ୍ଟରକ୍ୟାଟିନ ଛକରେ ଦୀର୍ଘଦିନ ହେବ ଶୀତ କାକରରେ ଧାରଣା ଦେଇ ବସିଥିଲେ । ସେମାନଙ୍କ ବିଭିନ୍ନ ଦାବୀକୁ ପୂରଣ ନକଲେ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଧମକ ଦେଇଥିଲେ । ଆଜି ସରକାର ସେମାନଙ୍କୁ ଡାକି ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here