ନିଶ୍ଚିନ୍ତକୋଇଲି : ଆଜି ସନ୍ଧ୍ୟାରେ ନିଶ୍ଚିନ୍ତକୋଇଲି ଥାନା ସୁକରପଡ଼ା ଗ୍ରାମ ପଞ୍ଚାୟତ କଟକ ଚାନ୍ଦବାଲି ରାସ୍ତାର ପଟ୍ଟନାୟକ ରୋଡ଼ର ଠାରେ  ୩ଟି ଗାଡ଼ି ଯଥା ବୋଲେରୋ, ବାଇକ୍ ଓ ସ୍କୁଟି ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୪ଜଣ ଆହତ ହୋଇଛନ୍ତି । ଆହତ ଉଲ୍ଲାସ ମଲ୍ଲିକ୍(୨୩), ଆଦିକନ୍ଦ ପ୍ରଧାନ( ୫୦) , ପଙ୍କଜ ଦାସ (୨୭ଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳରେ ବୋଲି ଜଣାଯାଇଛି ।

ସ୍ଥାନୀୟ ଲୋକେ ଆହତ ୪ଜଣଙ୍କୁ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଦମକଳବାହିନୀ କର୍ମଚାରୀଙ୍କ ସହାୟତାରେ ଚିକିସôା ନିମନ୍ତେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପଙ୍କଜଙ୍କ  ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିସôା ନିମନ୍ତେ କଟକ ବଡ଼ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ୩ଟି ଗାଡ଼ିକୁ ଜବତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here