nalco

କେନ୍ଦ୍ରାପଡା : ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି , ବିରୋଧୀ ଦଳର ଉପନେତା ତଥା ଜଗସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଗସ୍ତରେ ଆସି ଉପସ୍ଥିତ କର୍ମୀ ଓ ଜନସାଧାରଣଙ୍କୁ ନିର୍ବାଚନୀ ମନ୍ତ୍ର ଦେଇଛନ୍ତି । ବିଜେଡି ସରକାର ୧୮ ବର୍ଷରେ ଓଡିଶାର ବିକାଶ ନୁହଁ, ବରଂ ବିନାଶ କରିଛି । ଏବେ ସମୟ ଆସିଛି, ଏଥର ଆମ ଭବିଷ୍ୟତ ଆମେ ଗଢିବା । ତେବେ ରାଜ୍ୟର ସର୍ବ ନିମ୍ନ ୭୦ ଭାଗ ଚାଷୀଙ୍କ ବିକାଶ ଘଟିଲେ ଓଡିଶାର ବିକାଶ ହେବ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । କେନ୍ଦ୍ରରେ ଉପା ସରକାର ଓ ରାଜ୍ୟରେ କଂଗ୍ରେସ ସରକାର ଗଠନ ପାଇଁ ସହଯୋଗର ହାତ ବଢାଇବାକୁ କାର୍ଯ୍ୟକାରୀ ସଭାପତି ଶ୍ରୀ ବିଶ୍ୱାଳ ଉପସ୍ଥିତ ପାଟକୁରାର ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଜିଲ୍ଲାରେ କଂଗ୍ରେସ ସଂଗଠନର ଉନ୍ନତି ଘଟୁଥିଲା ବେଳେ ପାଟକୁରା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ସମେତ ବହୁ ନେତୃବୃନ୍ଦ କରିଲୋପାଟଣା ହାଟ ପଡିଆ
ଠାରେ ଏକ ସାଧାରଣ ସଭାରେ ଯୋଗଦେଇ କର୍ମୀ ଓ ଜନସାଧାରଣଙ୍କୁ ଆହ୍ୱାନ
ଦେଇଥିଲେ । ପାଟକୁରା ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ଜୟନ୍ତ ମହାନ୍ତିଙ୍କ ନେତୃତ୍ୱରେ ତଥା ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ଦଳର ଏହି ସାଂଗଠନିକ ସାଧାରଣ ସଭାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ପଟ୍ଟନାୟକ
ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ବଶ୍ୱାଳ , ଏଆଇସିସିର ସଂପାଦକ ରୁଦ୍ର ରାଜୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବିଗତ ୧୮ ବର୍ଷରେ ବିଜେଡି ସରକାର ସମୟରେ ଓଡିଶାର ବିନାଶ ହୋଇଛି । ବିଜେଡି ସରକାର କାଳିଆ ଯୋଜନା କରି ଚାଷୀ କୂଳକୁ ଉପହାସ କରୁଥିବା ବେଳେ ପିଠା ଯୋଜନା କରି ଲୋକଙ୍କୁ ଭୁଆଁ ବୁଲାଉଛି । କି;ୁ ଏଥର କଂଗ୍ରେସ ଓଡିଶାର ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ପାଇଁ ପ୍ରତିଶ୍ରୁତିବଦ୍ଧ । କଂଗ୍ରେସ
କ୍ଷମତାକୁ ଆସିଲେ ଓଡିଶାରେ କେହି ଭୂମିହୀନ ରହିବେ ନାହିଁ , ଚାଷୀଙ୍କୁ ପ୍ରାଧାନ୍ୟ ଦେବା ସହ ସେମାନଙ୍କୁ ସୋଲାର ପମ୍ପ୍‌ ଓ ଆର୍ଥିକ ସହାୟତା ଯୋଗାଇ ଦେବ । ସେହି ପରି ଅଧିକ କର୍ମ ନିଯୁକ୍ତି ଦେଇ ବେକାରି ହଟାଯିବ ବୋଲି ପିସିସି ସଭାପତି
ଶ୍ରୀ ପଟ୍ଟନାୟକ କହିଥିଲେ ।

LEAVE A REPLY

Please enter your comment!
Please enter your name here