ନୀଳଗିରି -୧୩/୦୧ : ନୀଳଗିରି ବନ ବିଭାଗ ଦ୍ୱାରା ନୂତନ ଜଙ୍ଗଲ କ୍ୟାଟ ଉଦ୍ଧାର କରାଯାଇଛି । ମିରିଗିଣି ଟାୟାର ଦୋକାନ ନିକଟରେ ଏକ ବାଘ ଛୁଆ ସଦୃଶ୍ୟ ପଶୁଛୁଆଟି ହଠାତ୍ ସେଠାରେ ବୁଲୁଥିବା ବେଳେ ସେଠାରେ ଥିବା ଲୋକମାନେ ତାକୁ ଅଟକ ରଖିଥିଲେ । ପଶୁ ଛୁଆଟିର ୪ଟି ଗୋଡ଼ରେ ବଡ଼ ବଡ଼ ନଖ ଥିବା ବେଳେ କାନ ୨ଟି ତୀକ୍ଷଣ ଥିବାର ଦେଖାଯାଇଛି । ପରେ ଖବର ପାଇ ନୀଳଗିରି ରେଞ୍ଜ ଅଧିକାରୀ ମନୱାର ଖାଁ ଘଟଣାସ୍ଥଳରେ ପହଞ୍ଚôଲା ପରେ ଏହା ବାଘ ଛୁଆ ନୁହେଁ , ଏହା ଏକ ବିରଳ ଜଙ୍ଗଲୀ ବିରାଡ଼ି ବୋଲି ସୂଚନା ଦେଇଥିଲେ । ଏହି ଜଙ୍ଗଲୀ ବିରାଡ଼ି ବିରାଟକାୟ ହାତୀର ପରମ ଶତୃ ବୋଲି ରେଞ୍ଜ ଅଧିକାରୀ ସୂଚନା ଦେଇଥିଲେ । ପରେ ଉଦ୍ଧାର ହୋଇଥିବା ଏହି ଜଙ୍ଗଲୀ ବିରାଡ଼ିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛିା

LEAVE A REPLY

Please enter your comment!
Please enter your name here