ନୀଳଗିରି  : ନୀଳଗିରି ବନବିଭାଗ ଆଜି ସୁରେଇ ବଡ଼ଗାଁ ଓ ବେଙ୍ଗପୁର ଠାରେ ବେଆଇନ ଭାବେ ·ଲିଥିବା ୨ ଗୋଟି କରତକଳ ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କା କାଠ ସହ ବହୁ ଯନ୍ତ୍ରାଂଶକୁ ଜବତ କରିଛନ୍ତି । ବାଲେଶ୍ୱର ଡି.ଏଫ.ଓ. ବିଶ୍ୱରାଜ ପଣ୍ଡାଙ୍କ ନିଦେ୍ର୍ଦଶରେ ନୀଳଗିରି ରେଞ୍ଜର ମନୱାର ଖାଁ, ଏ.ସି.ଏଫ. ତପନ କୁମାର ପରିଡ଼ା, ମାଜିଷ୍ଟ୍ରେଟ ହେମନ୍ତ କୁମାର ନାୟକ, ଫରେଷ୍ଟର ସରୋଜ ପ୍ରଧାନ, ଦେବରାଜ ରାଉତ, ଶ୍ରୀଧର ଲେଙ୍କାଙ୍କ ସମେତ ସ୍ଥାନୀୟ ପୋଲିସ, ଫରେଷ୍ଟ ଗାର୍ଡ, ସବୁଜ ବାହିନୀ ଶନିବାର ସକାଳ ପ୍ରାୟ ୯ଟା ସମୟରେ ଅ·ନକ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ, କରତ କଳର ସମସ୍ତ ଯନ୍ତ୍ରାଂଶକୁ ଜବତ କରାଯାଇଛିା ଏହି ଚଢ଼ାଉ ଦିନ ପ୍ରାୟ ୩ଟା ପର୍ଯ୍ୟନ୍ତ ·ଲିଥିଲା । ବେଆଇନ ଭାବେ େ·ରାରେ ଚାଲିଥିବା କରତକଳ ଉପରେ ଏପରି ଚଢ଼ାଉକୁ ସାଧାରଣରେ ପ୍ରଶଂସା କରାଯାଇଛି

LEAVE A REPLY

Please enter your comment!
Please enter your name here