ନୀଳଗିରି -୨୮/୧୧ (ସ.ବ୍ୟୁ.)-ନୀଳଗିରି ବ୍ଲକର ୨୫ଟି ପଞ୍ଚାୟତରେ ସରକାରଙ୍କର ଅନେକ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ନୀଳଗିରି ବ୍ଲକରେ ଏକମାତ୍ର ସହକାରୀ ନିର୍ବାହୀ ଯନ୍ତ୍ରୀ ଥିବା ବେଳେ କାର୍ଯ୍ୟ ସଂପାଦନ କ୍ଷେତ୍ରରେ ଅବହେଳା ହେଉଥିବାରୁ ବାଲେଶ୍ୱର ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ବାଲେଶ୍ୱର ପି.ଡି.ଙ୍କ କାର୍ଯ୍ୟାଳୟ ଚିଠି ନଂ.୪୫୪୩, ତା.୨୪.୦୯.୨୦ରିଖରେ ନୀଳଗିରି ବି.ଡି.ଓ.ଙ୍କୁ ୨୫ଟି ପଞ୍ଚାୟତରେ ୨ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱ ଦେବାକୁ ନିଦେ୍ର୍ଦଶ ଦେଇଥିଲେ ।
ମାତ୍ର ୩ମାସ ବିତିଯାଇଥିଲେ ବି ନୀଳଗିରି ବି.ଡି.ଓ. ନା ଦର୍ଶନ ଧରୁ ନ ଥିବା ବେଳେ ସିଧାସଳଖ ଭାବେ ଜିଲ୍ଲାପାଳଙ୍କ ନିଦେ୍ର୍ଦଶକୁ ଫୁ କରିଛନ୍ତି । ୨୫ଟି ପଞ୍ଚାୟତରେ ୨ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ କାର୍ଯ୍ୟକାରୀ ହେଉଥିବା ସମସ୍ତ ପ୍ରକଳ୍ପର ମାନ ବୃଦ୍ଧି ହେବା ସହ ବିଲ୍ ପୈଠରେ ଅବହେଳା ହେବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।