ନୀଳଗିରି : ଆକାଶ ମେଘାଚ୍ଛନ୍ନ ରହି ଘଡ଼ଘଡ଼ି ମାରୁଥିବା ବେଳେ ଜଣେ ଛାତ୍ର ନିଜ ମୋବାଇଲ୍ର ଲାଉଡ଼୍ସ୍ପିକର ଦେଇ କଥା ହେଉଥିଲା । ହଠାତ୍ ମୋବାଇଲ ଚାର୍ଜ ହୋଇଯିବାରୁ ଛାତ୍ରଜଣଙ୍କ ଗୁରୁତର ହୋଇପଡ଼ିଥିଲା  ।  ତାଙ୍କୁ ଚିକିତ୍ସା ନିମନ୍ତେ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣାରୁ ପ୍ରକାଶ ନୀଳଗିରି ଥାନା ନରସିଂହପୁର କଙ୍କାଳିସାହି ଗ୍ରାମର ବାସିନ୍ଦା ଗୋପବନ୍ଧୁ ସିଂ ଙ୍କର ପୁତ୍ର ସତ୍ୟ ରଂଜନ ମୋବାଇଲ୍ରେ  କଥା ହେଉଥିବା ବେଳେ ହଠାତ୍ ଘଡ଼ଘଡ଼ି ମାରିବାରୁ  ସତ୍ୟରଂଜନ ଆଘାତ ପାଇ ମୋବାଇଲ୍ଟିକୁ ତଳେ ପକାଇ ଦେଇ ସଂଜ୍ଞାହୀନ ହୋଇପଡ଼ିଥିଲା  ।

ଘରଲୋକମାନେ ସତ୍ୟ ରଂଜନଙ୍କୁ ଚିକିତ୍ସା ନିମନ୍ତେ ନୀଳଗିରି ଡାକ୍ତରଖାନାକୁ ଆଣିଥିବା ବେଳେ ସତ୍ୟ ରଂଜନ ବ୍ୟବହାର କରୁଥିବା ମୋବାଇଲ୍ଟି ସମ୍ପୂର୍ଣ୍ଣ ଭାବେ  ପୋଡ଼ିଯାଇଥିବା ଜଣାଯାଏ  ।

LEAVE A REPLY

Please enter your comment!
Please enter your name here