ନୀଳଗିରି :  ଜନୈକ ନାବାଳିକାକୁ ଜଣେ ନୁହେଁ ୩ଜଣ ମିଶି ଦୁଷ୍କର୍ମ କରିଥିବା ଘଟଣାରେ ନୀଳଗିରି ପୋଲିସ୍ ୩ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ସୂଚନା ଅନୁସାରେ ନୀଳଗିରି ଥାନା ଅଞ୍ଚଳରେ ଜନୈକା୧୫ବର୍ଷିୟା ନାବାଳିକା ଗତ ୫ତାରିଖରେ ଅପହରଣ ନେଇ ତାର ମାଆ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ପରେ ଅର୍ଥାତ୍ ୭/୯/୨୦ରିଖ ଦିନ ବିଶେଷ ସୂତ୍ରରୁ ଖବର ପାଇ ସବ୍ଇନ୍ସପେକ୍ଟର ବାସୁଦେବ ଜୟସିଂହ ନାବାଳିକା ସମେତ ୩ଜଣ ଯୁବକକୁ ଧରି ନୀଳଗିରି ଥାନାକୁ ଅଣାଇଥିଲେ ।

ନାବାଳିକାର ବୟାନ ଅନୁଯାୟୀ ୩ଜଣ ଯୁବକ ତାଙ୍କ ପ୍ରତି ଦୁଷ୍କର୍ମ କରିଥିବାର ପ୍ରକାଶ ପରେ ୩ଜଣକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ଅଟକ ୩ଜଣ ଯୁବକ ହେଲେ ମିତ୍ରପୁର ଅଞ୍ଚଳର ବେନା ଓରଫ ଧୂଷା ସାହୁ, ମଛୁଆ ଗାଁର ମଣ୍ଟୁ ଦାସ ଓ ବାବୁ ଓରଫ ପୁରସ୍ତମ ରଣସିଆ । ଏ ନେଇ ନୀଳଗିରି ଥାନାରେ ୩୧୧ ନମ୍ବର ମାମଲା ରୁଜୁ ହୋଇଥିବା ବେଳେ ଦଫା- ୩୬୩, ୩୬୬, ୩୭୬(୩) (ଡି) ଆଇ.ପି.ସି. – ୬ ପୋସ୍କ ଧାରାରେ ମାମଲା ରୁଜୁ ହୋଇଛି

LEAVE A REPLY

Please enter your comment!
Please enter your name here