ନୀଳଗିରି : ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତରେ ଥିବା ଗୋପାଳପୁର ସଂଗକ୍ଷିତ ଜଙ୍ଗଲରୁ  ପଳାଇଆସିଥିବା ଏକ ୮ଫୁଟିଆ ଅଜଗରକୁ ସ୍ନେକ ହେଲ୍ପ୍ଲାଇନ୍ ସଦସ୍ୟ ଲୁଲୁ ମହାନ୍ତି ଉଦ୍ଧାର କରି ଜଙ୍ଗଲରେ ଛାଡ଼ି ଦେଇଥିବା ଜଣାପଡ଼ିଛି  ।

ଘଟଣାରୁ ପ୍ରକାଶ ଏହି ୮ଫୁଟିଆ ଅଜଗରଟି ଗାଁ ଆଡ଼କୁ ଆସୁଥିବା ବେଳେ ଲୋକମାନେ ଦେଖି ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦେଇଥିଲେ   । ହେଲ୍ପଲାଇନ୍ର ସଦସ୍ୟ ଲୁଲୁ ମହାନ୍ତି ସାପଟିକୁ ସତର୍କତାର ସହିତ ଧରି ପୁଣି ଜଙ୍ଗଲରେ ଛାଡ଼ି ଦେଇଛନ୍ତି  ।

ଏହି ସାପଟିକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକମାନଙ୍କ ଭିଡ଼ ଜମିଥିଲା

LEAVE A REPLY

Please enter your comment!
Please enter your name here