ନୀଳଗିରି -ନୀଳଗିରି ତହସିଲଦାର ଶୁଶ୍ରିତା ଟୁଡୁଙ୍କ ବେଆଇନ ଓ ମନମୁଖି କାର୍ଯ୍ୟ ବିରୁଦ୍ଧରେ ଜନଶୁଣାଣୀ ଶିବିରରେ ନୀଳଗିରି ବରିଷ୍ଠ ନାଗରିକ ପ୍ରଫୁଲ୍ଲ କୁମାର ମହାନ୍ତି ଅଭିିଯାଗ କରିଛନ୍ତି । ଗତ ୩୧-୦୭-୨୦୧୯ ଦିନ ଅଭିଯୋଗକାରୀ ତହସିଲଦାରଙ୍କ ମନମୁଖି କାର୍ଯ୍ୟ ବାବଦରେ ନୀଳଗିରି ଉପ-ଜିଲ୍ଲାପାଳଙ୍କ ଠାରେ ତଦନ୍ତ ଦାବି କରିବା ସହ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଅଭିଯୋଗ କରିଥିଲେ ମଧ୍ୟ ଉପଜିଲ୍ଲାପାଳ କୌଣସି ତଦନ୍ତ ବା ପଦକ୍ଷେପ ଗ୍ରହଣ କରିନାହାନ୍ତି । ସେହିପରି ସୂଚନା ଅଧିକାର ଆଇନ ୨୦୦୫ ଅନୁସାରେ ଗତ ୧୭-୦୧-୨୦୧୯ ରିଖ ସଂଖ୍ୟା ୧୮୧ରେ ସୂଚନା ପ୍ରଦାନ ଯୋଗାଇବା ବାବଦ ଚିଠିରେ ଜନସୂଚନା ଅଧିକାରୀ ୨୩-୦୨-୨୦୧୯ ରିଖରେ ସ୍ୱାକ୍ଷର କରିବା ଓ ୨୦-୦୭-୨୦୧୯ ରିଖରେ ଡାକ ଯୋଗେ ପ୍ରେରଣ କରିବା ଓ ପୁନରାୟ ସୂଚନା ଅଧିକାର ଆଇନ -୨୦୦୫ ଅନୁଯାୟୀ ଗତ ୧୯-୧୦-୨୦୧୯ ରିଖରେ ଦରଖାସ୍ତ ଦେଇଥିଲେ ହେଁ ତହସିଲଦାର ନିଜେ ପି.ଆଇ.ଓ. ଭାବେ ଦରଖାସ୍ତ ୪ ଦିନ ପୂର୍ବରୁ ଚିଠିି ନଂ ୪୪୧୩ ତା. ୧୫-୧୦-୨୦୧୯ ରିଖରେ ତାଙ୍କୁ ମିଳିଥିବା ସରକାରୀ ବାସ ଭବନରେ ରହୁଥିବା ବିଷୟରେ ରହିଥିବାର ମିଥ୍ୟା ସୂଚନା ଦେଇଥିବାର ଏହାର ତଦନ୍ତ ହେବା ସହ ତାଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ପତ୍ରରେ ଅଭିଯୋଗ କରିଛନ୍ତି । ସେହିପରି ଗତ ୪-୧୦-୨୦୧୯ ରିଖରେ ତହସିଲ ପରିସରରେ ଥିବା ମୋହରିର ମାନଙ୍କର ଚାଳିଆକୁ ଜେସିବି ଲଗାଇ ଭାଙ୍ଗିବା ଘଟଣାରେ ଉପ-ଜିଲ୍ଲାପାଳଙ୍କ ଅନୁମତି ଆଣିଥିବା କଥା କହୁଥିବା ବେଳେ ସୂଚନା ଆଇନ ବଳରେ ଏହା ଆଣିନଥିବା ଜଣାପଡିଛିଯେ ଉପଜିଲ୍ଲାପାଳଙ୍କ ଠାରୁ କୌଣସି ଅନୁମତି ଆସିଥିବା ଜଣାପଡିଛି । ସେହିପରି ନୀଳଗିରି ତହସିଲ ପରିସରରେ ଥିବା ସୁବିଧା କେନ୍ଦ୍ର ଅନେକ ଦିନଧରି ବନ୍ଦ ରହିଥିଲା ବେଳେ ଏହା ଖୋଲାରହିଛି ବୋଲି ସୂଚନ ଆଇନ କ୍ଷେତ୍ରରେ ଦର୍ଶାଇଛନ୍ତି । ପ୍ରତ୍ୟେକ ଅଫିସରେ ସୂଚନା ଆଇନର ତଥ୍ୟ ପ୍ରଦାନ ପାଇଁ ଅଫିସର ଜଣେ ଜଣେ କର୍ମଚାରୀ ରହିଥିବା ବେଳେ ନୀଳଗିରି ତହସିଲରେ ତହସିଲଦାର ଉକ୍ତ କାର୍ଯ୍ୟ ତୁଲାଉଥିବା ବେଳେ ଅପିଲ୍ କରିବୁ କାହା ପାଖରେ ବୋଲି ଅଭିଯୋଗ କରିଛନ୍ତି । ସେହିପରି ନୀଳଗିରି ତହସିଲରେ ମହିଳା ଓ ବ୍ୟୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ପାଇଁ ତତ୍ କାଳୀନ ତହସିଲଦାର ମନୋରମା ଭୂୟାଁ ଏକ ପ୍ରତୀକ୍ଷାଳୟ ଖୋଲିଥିବା ବେଳେ ଏବେର ତହସିଲଦାର ଉକ୍ତ ରୁମ୍କୁ ତାଲା ପକାଇ ରଖିବା ଘଟଣା ତଦନ୍ତ ପରିସର ଭୁକ୍ତ ବୋଲି ଶ୍ରୀ ମହାନ୍ତି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ସଂପୃକ୍ତ ତହସିଲଦାର ସବୁ ସମୟରେ କୋର୍ଟରେ ବସିବା ଓ ସାଧାରଣ ଲୋକ ମାନଙ୍କୁ ପିଅନ ବସାଇ ଭିତରକୁ ନଛାଡ଼ିବା ଘଟଣା ଏକ ବେଆଇନ୍ ଓ ମନମୁଖି କାର୍ଯ୍ୟ ହୋଇଥିବାରୁ ବିଧିବଦ୍ଧ ତଦନ୍ତ ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here