ନୀଳଗିରି-ନୀଳଗିରି ପୋଲିସ ବେଗୁନିଆ (ମିତ୍ରପୁର) ବେଆଇନ୍ ପଥର ଖାଦାନରୁ ଏକ ଲୋଡ଼ରକୁ ଜବଦ୍ କରିଛି । ଆଜି ନୀଳଗିରି ଥାନାର ସବ୍ ଇନସ୍ପେକ୍ଟର ବାସୁଦେବ ଜୟସିଂହ , ଅଶେଷ କୁମାର ଦାସ, ମନୋରଂଜନ ମୁନୀ ବେଗୁନିଆ ଚୋରା ପଥର ଖାଦାନ ଉପରେ ବେଆଇନ ଭାବେ ଲୋଡ଼ କରୁଥିବା ଏକ ଲୋଡ଼ର (ଓ.ଡି.୦୧ଡବ୍ଲ୍ୟ-୮୩୫୭) ଙ୍କୁ ଜବଦ୍ କରି ଥାନାକୁ ଆଣିଥିବା ବେଳେ ଏହା ଦେବାନନ୍ଦ ଆଚାର୍ଯ୍ୟଙ୍କ ନାମରେ ଥିବା ଜଣାପଡିଛି । ଉକ୍ତ ଲୋଡାରର ଇନ୍ସୁ୍ୟରାନ୍ସ ଓ ପଲୁ୍ୟସନ ପ୍ରମାଣପତ୍ର ନଥିବାର ଜଣାପଡିଛି । ଏ ବାବଦରେ ନୀଳଗିରିର ଥାନା ପକ୍ଷରୁ ତହସିଲଙ୍କୁ ଜଣାଇ ଦିଆଯାଇଛି ବୋଲି ଥାନା ପକ୍ଷରୁ ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here