ନୟାଗଡ଼ : ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖା ଡକାୟତି ଘଟଣାର ଅନ୍ୟତମ ଆସାମୀ କଟକ ମଙ୍ଗଳାବାଗ ଥାନା ବାସୁଳି ସାହି ଅଶୋକ ମହାରଣାଙ୍କୁ ସ୍ଥାନୀୟ ଫାଷ୍ଟ୍ଟ୍ରାକ୍ କୋର୍ଟ ୧୦ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ବିଚାରପତି ଚିତ୍ତରଂଜନ ମିଶ୍ର ଉକ୍ତ ଅପରାଧିକ ମାମଲାର ବିଚାର କରି ଏହି ରୟା ଶୁଣାଇଛନ୍ତି । ମଙ୍ଗଳବାର ଦିନ ମାମଲାର ଶୁଣାଣି ବେଳେ ଆସାମୀ ବାବୁଲି ଆଇନ ଆଖିରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ  ନୟାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ ।

୨୦୧୩ ମସିହା ଡିସେମ୍ବର ମାସ ୩୧ ତାରିଖ ଅପରାହ୍ନର ଘଟଣା । ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଦର୍ପନାରାୟଣପୁର ଶାଖାରେ ସଶସ୍ତ୍ର ଡକାୟତି ହୋଇଥିଲା । ମୁଖାପିନ୍ଧି ଡକାୟତଦଳ ବ୍ୟାଙ୍କ ଭିତରେ ପଶି ଗୁଳିଗୋଳା ଫୁଟାଇ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲେ । ବ୍ୟାଙ୍କରେ ଥିବା ଜମା ରାଶି ସହିତ ଅନୁ୍ୟନ୍ୟ ୧୨ କୋଟି ଟଙ୍କା ମୂଲ୍ୟର ବନ୍ଧକ ସୁନା ଅଳଙ୍କାର ଲୁଟି ନେଇଥିଲେ । ଉକ୍ତ ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିଲା । ମାମଲାରେ ବିଚାର କରି ନୟାଗଡ଼ ଫାଷ୍ଟଟ୍ରାକ୍ କୋର୍ଟ ପୂର୍ବରୁ ଦୁଇ ଜଣ ଆସାମୀଙ୍କୁ ସଶ୍ରମ କାରା ଦଣ୍ଡରେ ଦଣ୍ଡିତ କରିଥିଲେ । ୨୦୧୯ ମସିହା ନଭେମ୍ବର ୧୮ ତାରିଖରେ କୋର୍ଟରେ ଶୁଣାଣି ସମୟରେ କଟକ ମଙ୍ଗଳାବାଗ ଥାନା ବାସୁଳି ସାହର ଫେରାର ଅଭିଯୁକ୍ତ ସୁନା ଗହଣା ବ୍ୟବସାୟୀ ବାବୁଲି ଓରଫ ଅଶୋକ ମହାରଣା (୫୦) ବିରୁଦ୍ଧରେ ଅଦାଲତ ଜାମିନି ବିହିନ ଗିରଫ ପରୱାନା ଜାରି କରିଥିଲେ ।

ଏପରିସ୍ଥଳରେ ହାଇକୋର୍ଟଙ୍କ ଆଦେଶ ବଳରେ ଫେରାର ଅଭିଯୁକ୍ତ ବାବୁଲି ଓରଫ ଅଶୋକ ମହାରଣା ଚଳିତ ମାସ ୨୯ ତାରିଖ ରେ କୋର୍ଟରେ ହାଜର ହୋଇଥିଲେ । ହେଲେ ଦିନକ ପରେ ଫାଷ୍ଟଟ୍ରାକ କୋର୍ଟ ବିଚାରପତି ଚିତ୍ତରଂଜନ ମିଶ୍ର ମାମଲାର ଶୁ     ବେଳେ ସାକ୍ଷ ଓ ପ୍ରମାଣ, ପୋଲିସ୍ ଅନୁସନ୍ଧାନ ରିପୋର୍ଟକୁ ବିଚାର କରିଥିଲେ । ସର୍ବୋପରି ସରକାରୀ ଅତିରିକ୍ତ ପ୍ରୋସିକୁ୍ୟଟର ଅମିୟ ପଟ୍ଟନାୟକ ଚୋରା ସୁନା ଅଳଙ୍କାର କିଣା ବିକା କାର୍ଯ୍ୟରେ ଡକାୟତଦଳକୁ ଉକ୍ତ ସୁନା ଗହଣା ବ୍ୟବସାୟୀ ବାବୁଲି ଓରଫ ଅଶୋକ ମହାରଣା ସଂପୂର୍ଣ୍ଣ ସହଯୋଗ କରିଥିବା ଯୁକ୍ତି ଉପସ୍ଥାପନ କରିଥିଲେ । ଏଣୁ ଆଇନ ଦୃଷ୍ଟିରୁ ଅଭିଯୁକ୍ତ ଅଶୋକଙ୍କୁ ଦୋଷୀ ଗ୍ରହଣ କରି ଅଦାଲତ ଉପଯୁକ୍ତ ଦଣ୍ଡ ବିଧାନ କରିବାକୁ ଏପିପି ପଟ୍ଟନାୟକ ବଳିଷ୍ଠ ଯୁକ୍ତ ଉତ୍ଥାପନ କରିଥିଲେ । ଏଥିରେ ପ୍ରତିପକ୍ଷ ଓକିଲଙ୍କ ସମସ୍ତ ଯୁକ୍ତି କାଟଖାଇ ଯାଇଥିବା ବେଳେ, ଆଇନର ଦୃଷ୍ଟିରେ ବାବୁଲି ଓରଫ ଅଶୋକ ମହାରଣାଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୭ହଜାର ଟଙ୍କା ଆର୍ଥିକ ଜରୀମାନା ଆଦେଶ ପ୍ରଦାନ କରିଥିଲେ । ଘଟଣାର ଅନ୍ୟ ୪ଜଣ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here