ନୟାଗଡ଼ : ନୟାଗଡ଼ ଜିଲ୍ଲା ବନ ବିଭାଗର ଅଚାନକ ଚଢ଼ାଉରେ ୧୦ଲକ୍ଷରୁ ଅଧିକ ମୂଲ୍ୟର ଚୋରା କାଠ ଓ କାଠ ତିଆରି ଉପକରଣ ଜବତ ହୋଇଛି । ଏହା କାଠ ଚୋରଙ୍କ ମଧ୍ୟରେ ରେ ଭୟର ବାତାବରଣ ସୃଷ୍ଟି କରିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ କର୍ମଚାରୀ ଧରପଗଡ଼ କରି ବହୁମୂଲ୍ୟ ଟଙ୍କାର ଚୋରା କାଠ ଜବତ କରିଥିବା ବିଭାଗୀୟ ସୂଚନାରୁ ସ୍ପଷ୍ଟ ହୋଇଛି ।

ବିଭାଗ ସୂଚନା ଅନୁଯାୟୀ ପୁରୁଣା ଦଶପଲ୍ଲା ଅଞ୍ଚଳର ନିଳଚନ୍ଦ୍ର ଟିମ୍ବର ଡିପୋରେ ଅଚାନକ ଚଢ଼ାଉ ବେଳେ ବେଆଇନ ମହଜୁଦ ୮୦ ସିଏଫଟି ଶାଳ ସାଇଜ୍ ଜବତ କରାଯାଇଛି । ସେଠାରୁ ୩ଟି ଗମ୍ଭାରୀ କାଠ ନିର୍ମିତ ପଲଙ୍କ ଜବତ କରାଯିବା ସାଙ୍ଗକୁ ଗଣିଆ ବନାଞ୍ଚଳର ବିଭିନ୍ନ ସ୍ଥାନରୁ ୧୪ଟି ଚୋରା ଶାଳ କାଠ ନିର୍ମିତ ପଲଙ୍କ ଜବତ ହୋଇଛି । ମହିପୁର ବନାଞ୍ଚଳ ପଲ୍ଲଭା ସଂରକ୍ଷିତ ଜଙ୍ଗଲରୁ ବିଭାଗୀୟ ସ୍କ୍ୱାର୍ଡଦ୍ୱାରା ୭ ଖଣ୍ଡ ଶାଳ କାଠ ଗଣ୍ଡି ଜବତ ହୋଇଛି । ପୁଣି ଗଣିଆଁ ଘୁଗୁଡ଼ିପଡ଼ା ମର୍ଦ୍ଦାବାଡ଼ି ନିକଟରେ ୩ଟି ଲଗ, ଦଶପଲ୍ଲା ଡିମିରିଆ ମଠ ନିକଟରେ ୩ ଖଣ୍ଡ ଚୋରା କାଠ ଗଣ୍ଡି ଜବତ କରିଛନ୍ତି ବନ କର୍ମଚାରୀ । ଜବତ କାଠର ଆନୁମାନିକ ମୂଳ୍ୟ ୧୦ଲକ୍ଷ୍ୟ ଯଙ୍କାରୁ ଅଧିକ ହେବ ।

ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ସ୍ଥାନରେ ଏହି ଚଢ଼ାଉରେ ଏସିଏଫ ସ୍ୱେତାଲିନ ସାହୁ, ଦଶପଲ୍ଲା ରେଜଂର ନିଖିଳେଶ ମଲ୍ଲିକ, ଗଣିଆଁ ରେଂଜର ସୋନାଲି ସାଇଓ ନେତ୍ୱତ୍ୱ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ସନ୍ତୋଷ ଡୋରା, ବନମାଳୀ ରାଉତ, ଯୋଗେନ୍ଦ୍ର ସ୍ୱାଇଁ ଙ୍କ ସମେତ ବହୁ ସଂଖ୍ୟାରେ ସ୍କ୍ୱାର୍ଡ କର୍ମଚାରୀ ସାମୀଲ ହୋଇଥିବା ଡିଏଫଓ ଧନରାଜ ଏଚ୍.ଡି ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟକି କିଛି ଦିନ ପୂର୍ବେ ପଞ୍ଚିରିଡା ମାନପୁର ବନାଞ୍ଚଳ ଧୂଷୁମା ଗ୍ରାମ୍ୟ ପୋଖରୀରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ଚୋରା କାଠ ଗଣ୍ଡି ଜବତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here