ଜିନ୍ଦଲଷ୍ଟିଲ୍ଏଣ୍ଡ୍ ପାୱାରଲିଃ (ଜେଏସପିଏଲ)ର ଅଧ୍ୟକ୍ଷଶ୍ରୀ ନବୀନ ଜିନ୍ଦଲ ଆଜି ଲୋକସେବା ଭବନ ଠାରେ ରାଜ୍ୟ ମୂଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ ଏବଂ ଇସ୍ପାତ ଓ ଖଣିବିଭାଗ, ଶିଳ୍ପବିଭାଗ, ଜଳସଂପଦ ବିଭାଗ ଓ ଅନ୍ୟାନ୍ୟ ସଚିବ ମାନଙ୍କସହ ଆଲୋଚନା କରି ଇସ୍ପାତ କାରଖାନା ନିମନ୍ତେ କଞ୍ଚାମାଲ ସୁରକ୍ଷା ପାଇଁ ଦାବି କରିଛନ୍ତି । ଏହା ସହିତଲୁହା ପଥର ଖଣି ଅକ୍ସନ୍ (ନିଲାମ)ରେ ରାଜ୍ୟରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିଥିବା କମ୍ପାନୀ ମାନଙ୍କୁ ଅଗ୍ରାଧୀକାର ଦେବା ନିମନ୍ତେ ମଧ୍ୟ ସେ ଦାବୀ କରିଥିଲେ । ଯେଉଁ କମ୍ପାନୀ ଗୁଡିକ ଓଡିଶାରେ ହଜାର ହଜାର କୋଟି ନିବେଶ କରି ଇସ୍ପାତ କାରଖାନା କରିବା ସହିତ ହଜାର ହଜାର ନିଯୁକ୍ତି ସୁଯୋଗସୃଷ୍ଠି କରିଛନ୍ତି, ସେମାନଙ୍କୁ ଲୁହା ପଥର ଖଣି ନିଲାମରେ ଅଗ୍ରାଧିକାର ଦେବା ଆବଶ୍ୟକ । ଲୁହା ପଥର ଖଣିକୁ ପ୍ରଥମେ କାପ୍ଟିଭ୍ବ୍ୟବହାର ନିମନ୍ତେ ଦେବା ପରେ, ମର୍ଚ୍ଚାଣ୍ଟ ମାଇନିଂ ପାଇଁ ଦେବା ପାଇଁ ଆମେ ଅନୁରୋଧ କରିଛୁ ବୋଲି ଶ୍ରୀଜିନ୍ଦଲ କହିଥିଲେ । ଓଡିଶାରେ ଜେଏସପିଏଲ ପକ୍ଷରୁ ୪୭୦୦୦ କୋଟିଟଙ୍କା ନିବେଶ କରାଯାଇ ରାଜ୍ୟର ସର୍ବବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯାଇଛି ।ହେଲେ କମ୍ପାନୀ ପାଖରେ କେବଳସୁନ୍ଦରଗଡର ଟେନ୍ସାଠାରେ ଏକ ଛୋଟ ଲୁହାପଥର ଖଣି ଅଛି, ଯାହାକୁ ସରିବାକୁ ବସିଲାଣି । ଏହା ବ୍ୟତୀତ କଂପାନୀ ପାଖରେ ଇସ୍ପାତ କାରଖାନା ନିମନ୍ତେ କୌଣସି କାପ୍ଟିଭ୍ମାଇନ୍ସ ନାହିଁ । ଓଡିଶାରେ ଆମ ନିବେଶର ସଫଳତା ନିମନ୍ତେ କଞ୍ଚାମାଲ ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ । ପ୍ରତି ମାସରେ ଜେଏସପିଏଲ୍ ପ୍ରାୟ ଏକ ନିୟୁତ ଟନ ଓଡିଶାରୁ କିଣୁଛି, ଯାହା ଫଳରେ ଜେଏସପିଏଲ ବର୍ତ୍ତମାନ ରାଜ୍ୟର ସର୍ବବୃହତ ଲୁହା ପଥର କ୍ରେତା । ଆନ୍ତର୍ଜାତୀୟ ବଜାରରେ ଇସ୍ପାତର ଦାମ୍ ପାଉଥିବାରୁଲୁହା ପଥରର ଦାମ ମଧ୍ୟ ହ୍ରାସ ପାଇବା ଆବଶ୍ୟକ ବୋଲି ସେକହିଥିଲେ । ଇସ୍ପାତର ଦାମ୍ଏବେ ପ୍ରାୟ ୩୦ ପ୍ରତିଶତହ୍ରାସ ପାଇଥିବାବେଳେ, ଲୁହା ପଥରର ଦାମସେ ଅନୁସାରେ କମ୍ହୋଇ ନାହିଁ  । ରାଜ୍ୟରେ ନିବେଶ କରିଥିବା କମ୍ପାନୀ ମାନଙ୍କ ପ୍ରତି ଦୃଷ୍ଟି ଦେବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଅନୁଗୁଳ ଠାରେ ମିଳିଥିବା କୋଲ୍ବ୍ଲକ୍ ଅନୁଯାୟୀ, ଜେଏସପିଏଲ ବିଶ୍ୱରେ ପ୍ରଥମଥର ନିମନ୍ତେ କୋଲ୍ଗ୍ୟାସିଫିକେସନ୍ ପ୍ଲାଣ୍ଟସହିବାର୍ଷିକ ୨ ନିୟୁତଟନ୍କ୍ ପ୍ଲାଣ୍ଟ ଅନୁଗୁଳଠରେ ପ୍ରତିଷ୍ଠାକରିଛି । ମାନ୍ୟବର ସୁପ୍ରିମ୍କୋର୍ଟ ଦ୍ୱାରା ଏହି  ଆବଣ୍ଟନ ଖାରଜ ହୋଇଯାଇଥିବାରୁ, ଶ୍ରୀଜିନ୍ଦଲ ଆଶାବ୍ୟକ୍ତ କରିଥିଲେ ଯେ, ଯଦି ସରକାର ଇସ୍ପାତ କାରଖାନା ଓ କୋଲ୍ଗ୍ୟାସିଫିକେସନ ନିମନ୍ତେ କୋଇଲାବ୍ଲକ୍ ଅକ୍ସନ କରନ୍ତି, ତେବେ ଜେଏସପିଏଲ ପୁନର୍ବାର ପାଇପାରିବ । ଶ୍ରୀଜିନ୍ଦଲ ଆଜି ଶିଳ୍ପ ବିଭାଗ କମିଶନର ତଥା ସେକ୍ରେଟାରୀ (ଇଣ୍ଡଷ୍ଟ୍ରୀ) ଶ୍ରୀହେମନ୍ତ ଶର୍ମା, ପ୍ରିନ୍ସିପାଲ୍ସେକ୍ରେଟାରୀ (ହୋମ୍) ଶ୍ରୀସଂଜିବ୍ଚୋପ୍ରା, ଓଡିଶାଖଣି ନିଗମର ପରିଚାଳନା ନିର୍ଦ୍ଦେଶକଶ୍ରୀଭିନିଲ୍ କ୍ରୀଷ୍ଣା, ଡେଭେଲପ୍ମେଣ୍ଟକମିଶନର ତଥା ଆଡିସିନାଲଚିଫ୍ସେକ୍ରେଟାରୀଶ୍ରୀସୁରେଶଚନ୍ଦ୍ରମହାପାତ୍ର, ପ୍ରିନ୍ସିପାଲ୍ସେକ୍ରେଟାରୀ (ଫରେଷ୍ଟ ଏଣ୍ଡ ଏନ୍ଭାରମେଣ୍ଟ) ଶ୍ରୀମତୀମୋନାଶର୍ମା, ଆଡିସିନାଲଚିଫ୍ସେକ୍ରେଟାରୀ(ଷ୍ଟିଲ୍ ଏଣ୍ଡ ମାଇନ୍ସ) ଶ୍ରୀ ଆର.କେ. ଶର୍ମା, ଚିଫ୍ ଆଡ୍ଭାଇଜର (ସ୍ପେସାଲ ୍ ଇନିସିଏଟିଭ୍) ଶ୍ରୀ ଆର୍. ବାଲ୍କ୍ରୀଷ୍ଣନ୍, କମିଶନରତଥା ସେକ୍ରେଟାରୀ (ଜଳସଂପଦ) ଶ୍ରୀବିଶାଲ୍ଗଗନ୍ଏବଂ ଅନ୍ୟାନ୍ୟବରିଷ୍ଠ ଅଧିକାରିମାନଙ୍କୁସାକ୍ଷାତକରିଥିଲେ ।

LEAVE A REPLY

Please enter your comment!
Please enter your name here