ନାଉଗାଁ,୪ା୯ : ନାଉଗାଁ ବ୍ଲକ ଅନ୍ତର୍ଗତ ଓଷକଣା ପଞ୍ଚାୟତ ନୂଆସିଙ୍ଗଡା ଗ୍ରାମର ଦେବୀନଦୀ ପଠାରେ ହୋଇଥିବା ପନିପରିବା ଫସଲ ସବୁ ଚଳିତ ବନ୍ୟାଜଳରେ ଧୋଇହୋଇ ଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଗ୍ରାମର ବିଜୟ ଦଳାଇ ନାମକ ଯୁବକ ଉକ୍ତ ନଦି ପଠାରେ ପ୍ରାୟ ଦେଢ ଏକରରୁ ଅଧିକ ଜମିରେ ବାଇଗଣ, ଭେଣ୍ଡି, ବିନ୍‌, କଲରା, ଝୁଡଙ୍ଗ ଆଦି ପନିପରିବା ଚାଷ କରିଥିଲେ ।

ଏଥିପାଇଁ ତାଙ୍କୁ କୌଣସି କୃଷି ଋଣ ନମିଳିବାରୁ ସେ ବ୍ୟାଙ୍କରୁ ଘରେଥିବା ସୁନା ବନ୍ଧାରଖି ଟଙ୍କାମଧ୍ୟ ଆଣିଥିଲେ । କିନ୍ତୁ ଫସଲ କିଆରିରୁ ଫସଲ ଅମଳ ହେବାର ସମୟରେ ନଦୀରେ ବନ୍ୟାଆସି ତାଙ୍କର ସବୁ ଫସଲ ଧୋଇନେଇ ଥିବା ସେ ଅଭିଯୋଗ କରିଛନ୍ତି ।

ଏବେ ସମସ୍ତ ଫସଲ ପାଣିରେ ସଢି ନଷ୍ଟ ହୋଇଯାଇଥିବା ବେଳେ ସେ କିପରି ଋଣ ସୁଝିବେ ଓ ନିଜର ପରିବାର ପ୍ରତିପୋଷଣ କରିବେ ତାହା ଏବେ ତାଙ୍କପାଇଁ ବଡ ଚିନ୍ତାର କାରଣ ପାଲଟିଛି । ତାଙ୍କ ପାଖରେ ଅନ୍ୟ କିଛି ଉପାୟ ନଥିବା ବେଳେ ସେ ସରକାରୀ ସହାୟତାକୁ ହିଁ ଆଶାବାନ୍ଧି ବସିଥିବା କହିଛନ୍ତି । ତେଣୁ ବ୍ଲକ କୃଷିବିଭାଗ ପକ୍ଷରୁ ତାଙ୍କ କ୍ଷୟକ୍ଷତିର ଆକଳନ କରାଯାଇ ତାଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ଏ ସମ୍ପର୍କରେ ନାଉଗାଁ କୃଷି ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ

LEAVE A REPLY

Please enter your comment!
Please enter your name here