ଭୁୁବନେଶ୍ୱର : ଢେଙ୍କାନାଳ ଜିଲ୍ଲାରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟା ଯିବାକୁ ନେଇ ସୋମବାର ଗୃହରେ ଆଲୋଚନା କରିବା ଲାଗି ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ନୋଟିସ୍ ଦିଆଯାଇଥିଲା । ସରକାର ତାକୁ ଗ୍ରହଣ କରିଥିଲେ । ତେବେଏଥିରେ ଭୟଭୀତ ହୋଇ ଏହି ଆଲୋଚନା କରାଇ ନଦେବାପାଇଁ ହଟ୍ଟଗୋଳ ସୃଷ୍ଟି କଲେ । ଏହା ଏକ ଷଡଯନ୍ତ୍ର ବୋଲି ବିରୋଧୀ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ଏହି ପ୍ରସ୍ତାବ ଉପରେ ଆଲୋଚନା ପାଇଁ ବହୁ ସମୟ ଥିଲା । ମାତ୍ର ଏଥିପାଇଁ ସରକାର ସୁଯୋଗ ନଦେବା ଅଗଣତାନ୍ତ୍ରିକ ବୋଲି ସେ କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here