ନର୍ଲା (ଦୀପକ ଠାକୁର) : ଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗ୍ରାମ ପଞ୍ଚାୟତରେ COVID-19 ସ୍କ୍ରିନିଙ୍ଗ ଓ ଟେଷ୍ଟିଙ୍ଗ କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପନ୍ନ ହୋଇଯାଇଛି l  ପଞ୍ଚାୟତର 17 ଟି ଗ୍ରାମ  କମର୍ଦ୍ଧା, ଉଲିଗୁଞ୍ଜେର, କୁଟ୍ରୁମୁଣ୍ଡି, ଗନ୍ଧରବାରୁ, ମୁଣ୍ଡାଗାଁ, ମାସ୍କାଗୁଡ଼l, ପିପଲପଡା, ମାଦାଙ୍ଗଡୁଣି, କୁର୍ଲୁଭଟ୍ଟା, ଟୁରିବକ୍ଟି, ବଡ ବକ୍ଚି,, ଧାମନକଟା  ଓ ଅନାଜୋର ଗ୍ରାମର  1133ଟି ପରିବାରର  ସମୁଦାୟ 4538 ଜଣଙ୍କର ପରୀକ୍ଷା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ସମୁଦାୟ 13 ଜଣ ଶିକ୍ଷକ, 10 ଜଣ ଅଙ୍ଗନଓ୍ୱାଡି କର୍ମୀ,  3 ଜଣ ଆଶା କର୍ମୀ, 3 ଜଣ ANM, ଜଣେ ନୋଡାଲ ଅଫିସର, ରାଜସ୍ୱ ନିରୀକ୍ଷକ ଗଣେଶ୍ୱର ଭୋଇ, କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରାଙ୍ଗ ମାଝୀ, ଲେପ୍ରୋସି ସୁପରଭାଇଜର ଦିବାକର ପଧାନ ତଥା ସୁପରଭିଜିଙ୍ଗ ଦାୟିତ୍ୱରେ ଲାଞ୍ଜିଗଡ ତହସିଲଦାର ଶ୍ରୀଯୁକ୍ତ ମୁନିନ୍ଦ୍ର ହୋନାଙ୍ଗ ନିୟୋଜିତ ହୋଇଥିଲେ I

ଶିକ୍ଷକମାନଙ୍କ ମଧ୍ୟରୁ ବିଭୁତି ଭୂଷଣ ହରିଜନ, ନିରାକାର ସାହୁ, ଝସକେତନ ବୁଦ୍ଧିଆ, ଭବାନୀ ଶଙ୍କର ବାରିକ, ପ୍ରମୋଦ କୁମାର ସାହୁ, ପ୍ରକାଶ ଚନ୍ଦ୍ର ପଧାନ, ତୁଳସୀ ରାମ ପଧାନ, ଭିକାରି ହରିଜନ, ବିଷ୍ଣୁ ନାରାୟଣ ଭଞ୍ଜ, ଭୋଦେବ ନିଆଲ ତଥା ଶିକ୍ଷୟିତ୍ରୀ ସୌଦାମିନୀ ପଧାନ, ନିରୁପମା ସାହୁ, ସଂଗୀତା ମିଶ୍ର, ଅଙ୍ଗନବାଡି କର୍ମୀ ଉକିଆ ଝାଙ୍କର, ହୀରାମଣି,  ଶ୍ରୀଦେବୀ ମାଝୀ, ପ୍ରମୋଦଦିନି ବୁଦ୍ଧିଆ, ଉର୍ମିଳା ହରିଜନ, ମହରଗି ଭୋଇ, ମଞ୍ଜୁ ପନ୍ଦର, ଡାଳିମ୍ବ ପ୍ରଧାନୀ, ବିଜୁଳି ଧରୁଆ, ଶ୍ରୀମତୀ ଭୋଇ, ଆଶା କର୍ମୀ ଚମ୍ପା କୁମାର, ରତନି ଛତ୍ରିଆ, ପିଙ୍କି ନାଗ, ସଚଲା ବାଗ, ANM ଦେବକୀ ପଧାନ, ଜିମିତ୍ର ବିଶ୍ଵାଳ, ଭବାନୀ ମହାରଣା ପ୍ରମୂଖ ନିୟୋଜିତ ହୋଇଥିଲେ l ପରୀକ୍ଷାରେ ଜଣେ ମଧ୍ୟ POSITIVE ବାହାରି ନଥିବା ଜଣାପଡିବl ପରେ ପଞ୍ଚାୟତବାସୀ ଆଶ୍ୱସ୍ତ ହୋଇଥିଲେ l

LEAVE A REPLY

Please enter your comment!
Please enter your name here