ଭୁବନେଶ୍ୱର, ୧୬.୧୧.୨୦୧୮ : ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦନକାରୀ ସଂସ୍ଥା ନାଲକୋ ଦ୍ୱାରା, ନଭେମ୍ବର ୧୧ ରୁ ୧୫ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଆୟୋଜିତ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ରେ ନିଜର ଏକ ଷ୍ଟଲ ସ୍ଥାପନ କରି ଏହାର ସଫଳତା ଏବଂ ବିଭିନ୍ନ ପ୍ରକାର ବୈଶୟିକ ଦକ୍ଷତାକୁ ପ୍ରଦର୍ଶନ କରା ଯାଇଥିଲା । ନାଲକୋ ର ଏହି ଷ୍ଟଲରେ ଅତ୍ୟାଧୁନିକ ଜ୍ଞାନ କୌଶଳ ସମ୍ବନ୍ଧିତ ୩ଡି ହୋଲୋଗ୍ରାମ (3D Hologram), ଭର୍ଚୁଆଲ ରିୟାଲିଟି (Virtual Reality) (ଭି.ଆର୍), ଟଚ୍ ସ୍କ୍ରିନ୍ (Touch Screen), ଜେଶ୍ଚର ୱାଲ (Gesture Wall) ଆଦି ଜରିଆରେ କମ୍ପାନୀର ବିଭିନ୍ନ ଉତ୍ପାଦ, ଉତ୍ପାଦନ ୟୁନିଟ୍, ସିଏସ୍ଆର (CSR) କାର୍ଯ୍ୟକ୍ରମ ଏବଂ ସଫଳତାର ପ୍ରଦର୍ଶନ କରାଯାଇଥିଲା, ଯାହା ଦର୍ଶକ ମାନଙ୍କଙ୍କୁ ବେଶ୍ ଆକର୍ଷିତ କରିଥିଲା ।

            

କମ୍ପାନୀର ସି.ଏମ୍.ଡ଼ି. ଡଃ. ତପନ କୁମାର ଚାନ୍ଦ ଏହି ଷ୍ଟଲକୁ ଅନ୍ୟ ନିର୍ଦ୍ଦେଶକ ମାନଙ୍କ ଗହଣରେ ଗତ ୧୧ ତାରିଖରେ ଉଦ୍ଘାଟନ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ, ଦେଶର ଚତୁର୍ଥ ଔଦ୍ୟୋଗିକ ବିପ୍ଳବ ପ୍ରବେଶ ସହ, କୃତ୍ରିମ ବୁଦ୍ଧିମତ୍ତା, ଇଣ୍ଟରନେଟ୍ (Internet), ରୋବୋଟିକ୍ସ (Robotics), ଅଗ୍ମେଣ୍ଟେଡ୍ ରିୟାଲିଟି (Augmented Reality) ଆଦିର ପ୍ରୟୋଗ ରେ ନାଲକୋ ଦେଶର ଅଗ୍ରଣୀ ଭୂମିକା ଗ୍ରହଣ କରିବ । ଇଣ୍ଡଷ୍ଟ୍ରୀ ୪.୦ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପୁଞ୍ଜିନିବେଶରେ ବ୍ୟାପକ ହ୍ରାସ ହେବା, ଆନ୍ତର୍ଜାତୀୟ ସ୍ତରରେ ପ୍ରତଦ୍ୱନ୍ଦିତା ମୂଳକ ସ୍ଥାନ ବଜାୟ ରଖିବା ପାଇଁ ଭାରତୀୟ ଉଦ୍ୟୋଗ ସମୂହ ଏହାର ଲାଭ ଉଠାଇବା ଉଚିତ୍ । ଏହି ନୂତନ ଆହ୍ୱାନ ସମ୍ମୁଖୀନ ହେବା ପାଇଁ ନାଲ୍କୋ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଉଦ୍ଯାପନୀ ଦିବସରେ, ଛାତ୍ର ଛାତ୍ରୀ ଏହି ନୂତନ ବୈଶୟିକ ଜ୍ଞାନ କୌଶଳ ବିଷୟରେ ଅଧିକ ରୁ ଅଧିକ ଜ୍ଞାନ ଅର୍ଜନ ପାଇଁ ସେମାନଙ୍କୁ ସୁଯୋଗ ଦିଆଯାଇଥିଲା । ନାଲକୋର ଏକ ପ୍ରମୁଖ ସିଏସ୍ଆର କାର୍ଯ୍ୟକ୍ରମ ‘ନାଲ୍କୋର ଅଲିଅଳି ଝିଅ’ ମାଧ୍ୟମରେ ପଞ୍ଜିକୃତ ଛାତ୍ରୀ ମାନେ ମଧ୍ୟ ଏହି ଷ୍ଟଲ ବୁଲି ଦେଖିବା ସହିତ ନାଲ୍କୋର ପ୍ଲାଣ୍ଟ ଅପରେସନ ଗୁଡିକୁ ‘ଭିଆର’(VR) ମାଧ୍ୟମରେ ଦେଖିଥିଲେ । ସେମାନଙ୍କୁ କମ୍ପାନୀ ତରଫରୁ ମଧ୍ୟ ବ୍ୟକ୍ତିଗତ ସ୍ୱଚ୍ଛତା ସାମଗ୍ରୀ ବଣ୍ଟନ କରାଯାଇଥିଲା ।

Loading...

LEAVE A REPLY

Please enter your comment!
Please enter your name here