ଫୁଲନଖରା : ଦିନ ଦ୍ୱିପ୍ରହରେ ଜଣେ ମହିଳାଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟ ହେବା ନେଇ ଥାନାରେ ଅଭିଯୋଗ ହୋଇଛି । ସ୍ଥାନୀୟ ଜଗନ୍ନାଥପୁର ଗ୍ରାମର ସୁରେଶଚନ୍ଦ୍ର ଜେନାଙ୍କ ପତ୍ନୀ ସୁଜାତା ଜେନା ନିଜର ନିର୍ମାଣାଧିନ ଘର ପାଇଁ ଟଙ୍କା ଆଣିବାକୁ ତ୍ରିନାଥବଜାରସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କକୁ ଯାଇଥିଲେ । ବ୍ୟାଙ୍କରୁ ୫ଲକ୍ଷ ଟଙ୍କା ଉଠାଇ ଯାଉଥିଲାବେଳେ ଏକ କଳା ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କଠାରୁ ଟଙ୍କା ଥିବା ବ୍ୟାଗକୁ ଝାମ୍ପିନେଇ ଦ୍ରୁତଗତିରେ ଫୁଲନଖରା ଦିଗରେ ପଳାଇଥିଲେ ।

ଏ ନେଇ ପାହାଳ ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ବ୍ୟାଙ୍କରେ ପହଞ୍ଚô ତଦନ୍ତ ଆରମ୍ଭ କରିବା ସହିତ ନିକଟରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି । ତେବେ ଦୁର୍ବୃତ୍ତଙ୍କ ବିଷୟରେ ସନ୍ଧାନ ମିଳିପାରିନାହିଁ । ସୂଚନାଯୋଗ୍ୟ, ଗତ ଏକ ମାସ ମଧ୍ୟରେ ବାଲିଅନ୍ତା ଥାନା ଓ ପାହାଳ ଫାଣ୍ଡି ଅଞ୍ଚଳରୁ ଘନ ଘନ ଚୋରି, ରାହାଜାନୀ, ଛିନତାଇ ଓ ଲୁଟପାଟ ହେଉଥିବାବେଳେ ପୁଲିସର ନିଷ୍କ୍ରିୟତା ସୁଯୋଗରେ ଏପରି ଘଟଣା ବୃଦ୍ଧି ପାଉଥିବା ଅଭିଯୋଗ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here