ନବରଙ୍ଗପୁର/ କୋଷଗୁମୁଡ଼ା— ସମଗ୍ର ଶିକ୍ଷା ଅଭିଯାନ ରେ ସମସ୍ତେ ପଡନ୍ତୁ, ସମସ୍ତେ ବଡ଼ନ୍ତୁ। ଏଥିସହ ସବୁ ଛାତ୍ର ଛାତ୍ରୀ ମାନେ ସ୍ୱଚ୍ଛ ଓ ନିର୍ମଳ ପରିବେଶ ରେ  ବଡ଼ନ୍ତୁ। କିନ୍ତୁ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅଧିନ ମଣ୍ଡି ଧନୁଆ ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନେ ଘୁଷୁରୀ ଙ୍କ ମେଳ ରେ ମଧ୍ୟାହ୍ନ ଭୋଜନ କରୁଥିବା ଅଭିଯୋଗ ହୋଇଛି। ମଣ୍ଡି ଧନୁଆ ଗ୍ରାମର ହରିଜନ ସାହି ରେ ବିଦ୍ୟାଳୟ ଟି ଅବସ୍ଥିତ। ସେହି ସାହି ରେ ବସବାସ କରୁଥିବା କିଛି ହରିଜନ ପରିବାର ଘୁଷୁରୀ ଚାଷ କରନ୍ତି। ଏଣୁ ପିଲାମାନେ ମଧ୍ୟାହ୍ନ ଭୋଜନ କରିବା ସମୟରେ ବିଦ୍ୟାଳୟ କୁ ପଶି ଆସନ୍ତି। ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ କରିବା ସମୟରେ ଘୁଷୁରୀ ପଲ ବିଦ୍ୟାଳୟ ମଧ୍ୟରେ ଏଣୁ ତେଣୁ ବୁଲିବାର ଦେଖଗିବାକୁ ମିଳିଛି। ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ପି ଇ ଓ ଓ ବ୍ଲକ ପ୍ରଶାସନ କୁ ବିଦ୍ୟାଳୟ ର ପାଚେରୀ ନିର୍ମାଣ ପାଇଁ ଗୁହାରୀ କଲେ ବି ପ୍ରଶାସନ ଶୁଣୁ ନ ଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟରେ ମୋଟ ୮୬ ଜଣ ଛାତ୍ରଛାତ୍ରୀ ଥିବା ବେଳେ ୧୯୫୬ ମସିହାରେ ବିଦ୍ୟାଳୟ ଟି ସ୍ଥାପନ ହୋଇଥିଲା। ପିଲାମାନେ ଅସ୍ୱାସ୍ତ୍ୟକର ପରିବେଶ ରେ ସବୁ ଦିନେ ମଧ୍ୟାହ୍ନ ଭୋଜନ କରୁଛନ୍ତି। ଏହି ପରିଭାବେ ଘୁଷୁରୀ ଙ୍କ ମେଳ ରେ ଛାତ୍ର ଛାତ୍ରୀ ମାନେ ଭୋଜନ କଲେ ଘୁଷୁରୀ ଙ୍କ ରୋଗ ପିଲା ମାନଙ୍କୁ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଏଣୁ ପ୍ରଶାସନ ତୁରନ୍ତ ବିଦ୍ୟାଳୟ ର ପାଚେରୀ ନିର୍ମାଣ କରିବାକୁ ଗ୍ରାମବାସୀ ଙ୍କ ତରଫରୁ ଦାବୀ ହେଉଛି।

LEAVE A REPLY

Please enter your comment!
Please enter your name here