nalco

ପୁରୀ: ମହିଳାମାନଙ୍କୁ ସଶକ୍ତକରଣ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବିନା ସୁଧରେ ଋଣ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି | ଏବେ ମହିଳା ଏସଏଚଜିଗୁଡ଼ିକୁ ୧ ପ୍ରତିଶତ ସୁଧରେ ଋଣ ଦିଆଯାଉଛି । ପୁରୀରେ ଆଯୋଜିତ ମହିଳା ଏସଏଚଜି ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ମହିଳା ଏସଏଚଜିଗୁଡ଼ିକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ଫଳରେ ଏଥିରେ ରାଜ୍ୟର ୬ଲକ୍ଷ ମହିଳା ଏସଏଚଜିର ୭୦ଲକ୍ଷ ମହିଳା ଉପକୃତ ହେବେ । ଏହାଛଡ଼ା ପ୍ରତ୍ୟେକ ନୂଆ ମହିଳା ଏସଏଚଜିକୁ ୧୫ହଜାର ଟଙ୍କାର ମୂଳ ପାଣ୍ଠି, ବ୍ଲକସ୍ତରୀୟ ମହିଳା ଏସଏଚଜି ମହାସଂଘକୁ ୨୫ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଓ ମୋବାଇଲ ଫୋନ୍ କିଣିବା ପାଇଁ ୩ହଜାର ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୦୧ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ୧୮ବର୍ଷ ପରେ ଏହା ନିରବ ବିପ୍ଲବରେ ପରିଣତ ହୋଇଛି । ଏହା ରାଜ୍ୟର ସାମାଜିକ ଓ ଅର୍ଥନୀତିକ ପରିବର୍ତ୍ତନରେ ଯୋଗଦାନ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରାଜ୍ୟରେ ମିଶନ୍ ଶକ୍ତି ଏକ ଆନ୍ଦୋଳନରେ ପରିଣତ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି ଆପଣଙ୍କ ଖୁସିରେ ମୋ ଖୁସି । ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆହୁରି ଶକ୍ତିଶାଳୀ ଓ ପ୍ରଭାବୀ କରିବା ପାଇଁ ଏସଏଚଜି ଗ୍ରୁପକୁ ବିନା ସୁଧରେ ଋଣ ଦେବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ୩୩୮ ଟି ମିଶନ ଶକ୍ତି ମହାସଂଘ ଉପକୃତ ହୋଇପାରିବେ । ୩୦ ଲକ୍ଷ ନୂଆ ସଦସ୍ୟଙ୍କୁ ମୋଟ୍ ୪୦୦ କୋଟି ଟଙ୍କାର ସହାୟତା ଘୋଷଣା ହୋଇଛି । ଏଚଏଚଜି ଗ୍ରୁପକୁ ମୋଟ୍ ୭୦୦ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ । ଅଙ୍ଗନୱାଡ଼ି କର୍ମୀ ଓ ହେଲପରଙ୍କୁ ମଧ୍ୟ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ । ଡିଜିଟାଲ ସଶକ୍ତିକରଣ ପାଇଁ ପ୍ରତି ଗୋଷ୍ଠୀକୁ ୩ ହଜାର ଟଙ୍କାର ସହାୟତା ଘୋଷଣା ହୋଇଛି । ଏହି ମିଶନ୍ ଶକ୍ତି କାର୍ଯ୍ୟକ୍ରମରେ ୬୦ ହଜାରରୁ ଅଧିକ ସ୍ୱୟଂ ସୟାହକ ସଭ୍ୟ ଉପସ୍ତିତ ଥିଲେ । ଆୟୋଜିତ ସମାବେଶରେ ପୁରୀ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ ଓ ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here