ଗଂଜାମ  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଅା ଗଂଜାମ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି। ପ୍ରଥମେ ରଙ୍ଗେଇଲୁଣ୍ଡା ବ୍ଳକ୍‌ ପାଲୁର ହିଲ୍ ଯାଇ ସେଠାରେ ବିଜୁ ପଟ୍ଟନାୟକ ଅାଦର୍ଶ ବିଦ୍ୟାଳୟର ଉଦ୍‌ଘାଟନ କରିଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତିନିଟି ବିଲ୍ଡିଂ ସହ ଗୋପାଳପୁର ନିର୍ବାଚନ ମଣ୍ଡଳନୀର ବହୁ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅାୟୋଜିତ ଏକ ଜନସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଥିଲେ। ପରେ ଗୋପାଳପୁର ଜଙ୍କସନରେ ରେଳବାଇ ଓଭରବ୍ରିଜ୍‌ର ଶୁଭ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଟ୍ରାଫିକ୍‌ ଲାଇଟ୍ ସିଷ୍ଟମ, ମଲ୍ଟିପରପଜ୍ କମ୍ୟୁନିଟି ସେଣ୍ଟର ଓ ୩ଟି ଓ୍ୱାଟର ଟ୍ୟାଙ୍କ୍‌ ପାଇଁ ପ୍ରାୟ ୧୧୪ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଶୁଭ ଉଦ୍‌ଘାଟନ କରିଥିଲେ।

nalco

LEAVE A REPLY

Please enter your comment!
Please enter your name here