ଭୁବନେଶ୍ୱର : ରାହୁଲଙ୍କ ଗସ୍ତ ପୂର୍ବରୁ କଂଗ୍ରେସକୁ ଲାଗିପାରେ ଝଟକା। ବିଜେଡିରେ ସାମିଲ ହେବା ନେଇ ଇଙ୍ଗିତ ଦେଲେ ବରିଷ୍ଠ ବିଧାୟକ ନବ ଦାସ। ଆସନ୍ତା ୨୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଝାରସୁଗୁଡ଼ା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଲୋକଙ୍କ ମତ ବାବଦରେ ତାଙ୍କୁ ଜଣାଇବେ ବୋଲି କହିଛନ୍ତି।

ତେବେ ବିଜେଡିରୁ ୨୦୧୯ମସିହା ନିର୍ବାଚନ ଲଢିବେ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଲୋକେ ନିଷ୍ପତ୍ତି ନେଇ ସାରିଛନ୍ତି, ଯଦି ବିଜେଡି ଟିକଟ ଦିଏ ତେବେ ଲଢିବି। ମୁଁ ଅଫିସିଆଲି କଂଗ୍ରେସରୁ ଇସ୍ତଫା ଦେଇନାହିଁ କି ବିଜେଡିରେ ଯୋଗଦେଇନାହିଁ, ଲୋକେ ଯାହା ଚାହଁଛନ୍ତି ତାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବି ବୋଲି ସେ କହିଛନ୍ତି। କଂଗ୍ରେସ ଛାଡିବା ପଛରେ କୌଣସି କାରଣ ନାହିଁ ବୋଲି କହିବା ସହ ନିରଂଜନ ଓ ରାହୁଲ ଗାନ୍ଧିଙ୍କୁ ସେ ପ୍ରଶଂସା କରିଛନ୍ତି।

ତେବେ ବିଧାୟକ ନବ ଦାସ ବିଜେଡିରେ ମିଶିବା ନେଇ ଇଙ୍ଗିତ ଦେବା ପ୍ରସଙ୍ଗରେ କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ। ଗତ କିଛି ଦିନ ଧରି ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଗତ ଗୁରୁବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ନବ ଦାସ ଯିବେ ବୋଲି ମୋର ବିଶ୍ୱାସ ହେଉନି। ତେବେ ସବୁ ପ୍ରକାର ଝଟକା ସହିବାକୁ କଂଗ୍ରେସ ପ୍ରସ୍ତୁତ ଅଛି।

LEAVE A REPLY

Please enter your comment!
Please enter your name here