ବାରବାଟୀ : ରସୁଲପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତରେ ବିଜୁ ଯୁବ ବାହିନୀ ପକ୍ଷରୁ ମୁଁ ହିରୋ, ମୁଁ ଓଡଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଂଚ ପ୍ରଭାସିନୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୋରେଇ ବିଧାୟକ ପ୍ରତିନିଧି ପ୍ରହ୍ଲାଦ ପଣ୍ଡା, ସମ୍ମାନିତ ରସୁଲପୁର ବିଡିଓ ଉମାକାନ୍ତ ପରିଡା, ଏବିଡିଓ ଅସିତ୍ କୁମାର ପାତ୍ର, ପ୍ରାକ୍ତନ ସରପଂଚ ଭାସ୍କର ସାହୁ, ଶିଶିର କୁମାର ମହାନ୍ତି, ସମିତିସଭ୍ୟ ବିଜୟ ଦାସ, ଯୁବନେତା ଦିଲୀପ ଦାସ, ଅଦୈତ ରାଉତ, ଅବସରପ୍ରାପ୍ତ ଶିକ୍ଷକ ଅଜୟ ମହାନ୍ତି, ସମବାୟ ନେତା ଲକ୍ଷ୍ମୀକାନ୍ତ ଦାସ, ରବିନ୍ଦ୍ର ବେହରା, ଶିବ ପ୍ରଧାନ ପ୍ରମୁଖ ଯୋଗଦେଇ ଯୁବକମାନେ ଦେଶର ଭବିଷ୍ୟତ । ଏମାନେ ଶୃଙ୍ଖଳିତ ହୋଇ କାର୍ଯ୍ୟକଲେ ସମାଜର ଅଗ୍ରଗତି ହୋଇପାରିବ ବୋଲି ମତ ରଖିଥିଲେ । ଜିଲା ବିଜେଡି ସଂପାଦକ ସୁବାଷ ନାୟକ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବ ବାହିନୀ ସଭାପତି ସୁରେଶ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଯୁବତୀ ଓ ଯୁବକମାନଙ୍କ ମଧ୍ୟରେ ନୃତ୍ୟ, ବକ୍ତୃତା, ଏକକ ଅଭିନୟ ଆଦି ବିଭାଗରେ ପ୍ରତିଯୋଗୀତା ହୋଇଥିଲା । ଛାତ୍ରୀ ଅନୁଶ୍ରୀ ବରାଳଙ୍କୁ ପଂଚାୟତ ପକ୍ଷରୁ ମୁଁ ହିରୋ ଭାବରେ ପୁରସ୍କୃତ କରାଯାଇଥିଲା । ବାହିନୀ ପକ୍ଷରୁ ସଂପାଦକ ରାକେଶ ରଂଜନ ବେହେରା, କୋଷାଧ୍ୟକ୍ଷ ଗୋପିନାଥ ବାରିକ ଓ ଅନ୍ୟ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

nalco

LEAVE A REPLY

Please enter your comment!
Please enter your name here