ନୂଆଦିଲ୍ଲୀ : ଭାରତ ସହିତ ଚୀନର ସୀମା ବିବାଦକୁ ନେଇ ଚାଲିଥିବା ସଂଘର୍ଷରେ ଚୀନ ସଂଯୁକ୍ତରାଷ୍ଟ୍ର ପରିସଦରେ ଅଲଗା ପଡିଯିବ l ସଂଯୁକ୍ତରାଷ୍ଟ୍ର ସୁରକ୍ଷା ପରିସଦ ଯେଉଁଠି ଚୀନ ଭିଟୋ ପାୱାର ସହିତ ଅନ୍ୟ ୪ ଟି ଦେଶକୁ ନେଇ ସ୍ଥାଇସଦସ୍ୟ ହୋଇ ରହିଛି ସେଠାରେ ମଧ୍ୟ ଭାରତକୁ ଅଧିକ ସମର୍ଥନ ମିଳୁଛି l

ଆମେରିକା ,ରୁଷିଆ ,ଫ୍ରାନ୍ସ ଓ ବ୍ରିଟେନ ସୀମା ବିବାଦରେ ଭାରତ ସହିତ ଅଛନ୍ତି l ଫ୍ରାନ୍ସର ସମର୍ଥନ ଭାରତ ସହିତ ଏମିତି ରହିଛି ଯେପରି ରୁଷିଆର ସମର୍ଥନ ରହିଛି l ରୁଷିଆର ମିତ୍ରତା ଚୀନ ସହିତ ମଧ୍ୟ ଅଛି କିନ୍ତୁ ଉପଯୁକ୍ତ ସମୟରେ ରୁଷିଆ ଭାରତ ସହିତ ହାତ ମିଳିଥାଏ l ରୁଷିଆ ଓ ଭାରତର ଏହି ସଂମ୍ପର୍କ ଏକ ପରମ୍ପରାଗତ ଭାରସର ସଂମ୍ପର୍କ l ରୁଷିଆ ବର୍ତମାନର ବିବାଦୀୟ ପରିସ୍ତିତିକୁ ନେଇ ଭାରତ ସହିତ ଠିଆ ହୋଇଛି l ଆମେରିକା ମଧ୍ୟ ବଡ ସାମରିକ ସହଯୋଗୀ ଭାବରେ ଭାରତ ସହିତ ଅଛି

ଏକ ସୂତ୍ରରୁ ଜଣାପଡିଛି ଯେ ସମସ୍ତ ଦେଶ ଚୀନ ର ଭାରତ ବିରୋଧୀ ଏଜେଣ୍ଡା କୁ ବାରମ୍ବାର ନିନ୍ଦା କରିଛନ୍ତି l ସଂଯୁକ୍ତ ରାଷ୍ଟ୍ରରେ ଭାରତ ଅସ୍ଥାୟୀ ସଦସ୍ୟତା ପଦ ହାସଲ କରିବା ପରେ ,ସ୍ଥାଇ ଓ ଅସ୍ଥାୟୀ ସମସ୍ତ ସଦସ୍ୟଙ୍କ ସହିତ ସଂମ୍ପର୍କ ସୁଦୃଢ ହୋଇଛି l କାରଣ ଭାରତର ଭୂମିକା ସଂଜୁକ ରାଷ୍ଟ୍ରର ସଦସ୍ୟ  ମାନଙ୍କ ଭିତରେ ପ୍ରଭାବ ପକାଇ ପାରିବ l

ସୋମବାର ଦିନ ଫ୍ରାନ୍ସ ଓ ଭାରତର ବିଦେଶ ସଚିବ ସ୍ତରୀୟ ଆଲୋଚନା ହୋଇଥିଲା l ଏହି ଆଲୋଚନାରେ ବର୍ତମାନର ସୀମା ବିବାଦ ମଧ୍ୟ ଅନ୍ତର୍ଭୁକ୍ତ l ଏକ ସୂତ୍ରରୁ ଜଣାପଡିଛି ଯେ ଭାରତ ଅନ୍ୟ ଅସ୍ଥାୟୀ ସଦସ୍ୟ ମାନଙ୍କର ସହଯୋଗ ହାସଲ କରି ବିଶ୍ୱ ମଞ୍ଚରେ ନିଜର ମହତ୍ତ୍ୱ ରଖିବ l କୋଭିଡି-୧୯ ସଙ୍କଟ ଓ ଭାରତ ଚୀନ ସୀମା ବିବାଦ ବର୍ତମାନ ବିଶ୍ୱମଞ୍ଚରେ ଏକ ବଡ ଏଜେଣ୍ଡା l

LEAVE A REPLY

Please enter your comment!
Please enter your name here