ଆଗାମୀ ଚନ୍ଦ୍ର ଓ ମଙ୍ଗଳ ମିଶନ ‘ଆର୍ଟେମିସ୍’ ପାଇଁ ନାସା ଏକ ଅପ୍ଡେଟ୍ ସେୟାର କରି କହିଛି ୨୦୨୪ରେ ଚନ୍ଦ୍ରରେ ଯେଉଁ ଯାନ ଅବତରଣ କରିବ ସେଥିରେ ରହିବେ ଦୁଇଜଣ ମହାକାଶଚାରୀ । ପ୍ରଥମଥର ପାଇଁ ଏହି ମିଶନରେ ଜଣେ ମହିଳା ସାମିଲ ହେବେ । ପ୍ରଥମେ ମହିଳା ଓ ତାଙ୍କ ପରେ ତାଙ୍କ ସହଚର ପୁରୁଷ ଚନ୍ଦ୍ରରେ ପାଦ ଦେବେ । ୧୮ ମାସ ପୂର୍ବେ ଆର୍ଟେମିସ୍ ମିଶନ ପାଇଁ ନାସା ସଂକଳ୍ପ ନେଇଥିଲା, ଅର୍ଥାତ ପୁନର୍ବାର ଚନ୍ଦ୍ରକୁ ମନୁଷ୍ୟ ପଠାଇବା ଚାଲେଞ୍ଜକୁ ସ୍ୱୀକାର କରିଥିଲା । ନାସାର ଶେଷ ଆପୋଲୋ ମୁନ୍ ମିଶନ ହୋଇଥିଲା ୧୯୭୨ରେ । ଏ ଭିତରେ ଆର୍ଟେମିସ୍ ସମ୍ବନ୍ଧୀୟ ଟେକ୍ନୋଲଜି ସହିତ ବାଣିଜି୍ୟକ ଓ ଅନ୍ତର୍ରାଷ୍ଟ୍ରୀୟ ଭାଗିଦାରୀ ଚିହ୍ନଟ କରିଛି ନାସା । ଏଜେନ୍ସିର ଶକ୍ତିଶାଳୀ ନୂଆ ରକେଟ୍, ସ୍ପେସ୍ ଲଞ୍ଚ୍ ସିଷ୍ଟମ୍ ଓ ଓରିୟନ୍ ଅନ୍ତରୀକ୍ଷ ଯାନ ଲଞ୍ଚ୍ର ନିକଟବର୍ତ୍ତୀ । ଅନ୍ତରୀକ୍ଷ ଯାନ ସମ୍ପୂର୍ଣ୍ଣ ହୋଇଗଲାଣି । ୪ଟି ଇଞ୍ଜିନ୍ର ଏକ ଅନ୍ତିମ ଶୃଙ୍ଖଳା ପରୀକ୍ଷଣ ହେଉଛି ।