ଭୁବନେଶ୍ୱର: ଓଡ଼ିଶାକୁ ପୁରା ଫୋକସରେ ରଖିଥିବା କେନ୍ଦ୍ର ବିଜେପି ନେତୃବୃନ୍ଦ ଘନଘନ ଗସ୍ତ କରିବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୨୪ ତାରିଖରେ ଓଡ଼ିଶା ଆସିବେ, ଖୋର୍ଦ୍ଧାର ଆୟୋଜିତ ଦଳର ଏକ ବିଶାଳ ସମାବେଶକୁ ସମ୍ବର୍ଦ୍ଧିତ କରିବେ । ଏକଥା ଓଡ଼ିଶାର ବିଜେପି ପ୍ରଭାରୀ ଅରୁଣ ସିଂହ ନିଜେ ଆଜି ଗଣମାଧ୍ୟମକୁ କହିଛନ୍ତି । ନିଶ୍ଚିତକୋଇଲିଠାରେ ଦଳର ଏକ ପଦଯାତ୍ରାରେ ଯୋଗଦେବା ଅବସରରେ ଏହି ସୂଚନା ସେ ଦେଇଛନ୍ତି । ମିଶନ ୧୨୦+ ଘୋଷଣା କରିବା ପରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି । ଇତିମଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାକୁ ଏକାଧିକବାର ଆସିସାରିଥିଲା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ଘନଘନ ଆସୁଥିବା ଦେଖାଯାଉଛି । ଦଳୀୟକର୍ମୀଙ୍କ ମନୋବଳ ବୃଦ୍ଧି କରିବା ଓ ସାଧାରଣ ଲୋକଙ୍କ ମନରେ ବିଜେପି ପ୍ରତି ଆଗ୍ରହ ବଢ଼ାଇବା ଲାଗି ଶାହ ଓ ମୋଦିଙ୍କ ବାରମ୍ବାର ଗସ୍ତ ବୋଲି କୁହାଯାଉଛି ।

Loading...

LEAVE A REPLY

Please enter your comment!
Please enter your name here