ନୂଆଦିଲ୍ଲୀ :ସୁପ୍ରିମକୋର୍ଟ ୨୦୦୨ ଗୋଧ୍ରାକାଣ୍ଡ ପରେ ହୋଇଥିବା ଦଙ୍ଗା ମାମଲାରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତଦନ୍ତକାରୀ ଟିମ୍‌ ଦ୍ୱାରା କ୍ଲିନ୍‌ଚିଟ୍‌ ଦେବାକୁ ବିରୋଧ କରି ହୋଇଥିବା ଯାଚିକାର ସୋମବାର ଶୁଣାଣି କରି ଏହାକୁ ଆଗାମୀ ୨୬ ଯାଏଁ ସ୍ଥଗିତ ରଖିଛନ୍ତି । ନ୍ୟାୟମର୍ତ୍ତି ଏ. ଏମ. ଖାନବିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ ଏହି ମମାଲାର ଶୁଣାଣିରେ ଆଉ କିଛି ସମୟ ଲାଗିବ ବୋଲି କହିଛନ୍ତି । ଏହି ଯାଚିକା ଜକିୟା ଜାଫରୀଙ୍କ ଦ୍ୱାରା ଦାୟର ହୋଇଥିଲା । ମାମଲାର ଶୁଣାଣି ଆରମ୍ଭ ହେବା ପରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପକ୍ଷରୁ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ପକ୍ଷ ରଖିଥିଲେ । ସେ କହିଥିଲେ ଯେ, ଏହି ଯାଚିକା ବିଚାରଯୋଗ୍ୟ ନୁହେଁ ଓ ତିସ୍ତା ସିତଲୱାଡ ଦ୍ୱିତୀୟ ଯାଚିକାକର୍ତ୍ତା ହୋଇ ପାରିବେ ନାହିଁ । ଜାଫରୀଙ୍କ ଆବେଦନର ବିଚାର କରିବା ପୂର୍ବରୁ ଏହାକୁ ବିଚାର କରାଯାଉ ବୋଲି ସେ କୋର୍ଟରେ କହିଥିଲେ ।

Loading...

LEAVE A REPLY

Please enter your comment!
Please enter your name here