ଭୁବନେଶ୍ୱର, ୨୬ ଡିସେମ୍ବର: ବିଜେଡି ନିଜର ୨୧ ତମ ପ୍ରତିଷ୍ଠା ଦିବସ ପାଳନ କରିବା ଅବସରରେ ଦଳର ସାଂଗଠନିକ ଶକ୍ତିକୁ ଅଧିକ ସୁଦୃଢ କରିବା ଉଦ୍ଦେଶ୍ୟରେ ବିଧାୟକ , ସାଂସଦ ଓ କର୍ପୋରେଟର ମାନଙ୍କ ଠାରୁ ଦଳ ପାଇଁ ପାଣ୍ଠି ସଂଗ୍ରହ କରାଯାଇଥିଲା । ପ୍ରଥମେ ସାଂସଦ ସରୋଜିନୀ ହେମ୍ବ୍ରମ୍ ଚେକ୍ ଆକାରରେ ଦଳୀୟ ପାଣ୍ଠିଙ୍କୁ ତାଙ୍କର ମାସକର ଦରମା ଟଙ୍କା ପ୍ରଦାନ କରିଥିଲେ । ପରେ ଅନ୍ୟ ସାଂସଦ , ବିଧାୟକ , କର୍ପୋରେଟର ଏବଂ ଦଳୀୟ କର୍ମୀମାନେ ପାଣ୍ଠିଙ୍କୁ ମାସକର ଦରମା ପ୍ରଦାନ କରିଥିଲେ ।
ଏହା ପୂର୍ବରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଚିଠି ଲେଖି ଗୋଟିଏ ମାସର ଦରମା ଦଳୀୟ ପାଣ୍ଠିକୁ ଦେବାକୁ ଅନୁରୋଧ କରିଥିଲେ । ଏହା ସହିତ ପ୍ରତି ଜିଲ୍ଲାରୁ ଯେଉଁ ଶୁଭେଚ୍ଛୁ ଓ ସମର୍ଥକ ବିଜେଡି ଦଳକୁ ପାଣ୍ଠି ସଂଗ୍ରହ କରିବାରେ ସହଯୋଗ କରିବାକୁ ·ହୁଁଛନ୍ତି ସେମାନେ ଚେକ୍ କିମ୍ବା ଅନଲାଇନରେ ଦେବା ପାଇଁ ଚିଠିରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here