ନୂଆଦିଲ୍ଲୀ, ୩୦।୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭ ଲୋକ କଲ୍ୟାଣ ମାର୍ଗରେ ଥିବା ସରକାରୀ ବାସଭବନରେ ଆଜି ଅଗ୍ନିକାଣ୍ଡ ଘଟିଛି । ସନ୍ଧ୍ୟା ୭.୨୫ରେ ନିଆଁ ଲାଗିଥିବା ସମ୍ପର୍କରେ ଅଗ୍ନିଶମ କର୍ମଚାରୀମାନେ ଖବର ପାଇଥିଲେ । ଖବର ପାଇଁ ୯ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିପଡ଼ିଥିଲେ । ସନ୍ଧ୍ୟା ୭.୫୫ରେ ନିଆଁକୁ ସେମାନେ ଆୟତ୍ତ କରିଥିବା ଜଣାପଡ଼ିଛି । ପିଏମଓ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ସର୍ଟସର୍କିଟ ଯୋଗୁ ୯ ଲୋକ କଲ୍ୟାଣ ମାର୍ଗରେ ସାମାନ୍ୟ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ ବାସଭବନ କିମ୍ବା ଅଫିସରେ ନିଆଁ ଲାଗିନାହିଁ । ନିଆଁ ଲାଗିବା ସ୍ଥାନଟି ପ୍ରଧାନମନ୍ତ୍ରୀଙ୍କ ବାସଭବନଠାରୁ ଅଲଗା । ଏଲକେଏମ କମ୍ପ୍ଲେକ୍ସରେ ଥିବା ଏସପିଜି ରିସେପସନ ହିଁ ଅଗ୍ନିକାଣ୍ଡ ଘଟିଛି । ଏବେ ନିଆଁକୁ ଆୟତ୍ତ କରାଯାଇଛି ।ଏହାଦ୍ୱାରା କେହି ଆହତ ହୋଇନାହାନ୍ତି କିମ୍ବା କୌଣସି ସମ୍ପତ୍ତି ନଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here