ବ୍ୟାସନଗର: ଯାଜପୁର ରୋଡ଼ ରେଳ ଷ୍ଟେସନରେ ପ୍ରବାସୀଙ୍କୁ ନେଇ ଆସୁଥିବା ଟ୍ରେନ୍ ଲାଗିବାରେ ଲାଗିଛି । ୩ଦିନ ମଧ୍ୟରେ ୫ଟି ଟ୍ରେନ ଲାଗିିସାରିଲାଣି । ଆଜି ପ୍ରବାସୀଙ୍କୁ ନେଇ ଆନ୍ଧ୍ରପ୍ରଦେଶର କୁର୍ନଲରୁ ଆସିଥିବା ଟ୍ରେନ ସକାଳ ସାଢେ ୬ଟା ସମୟରେ ପହଁଚିବାର ଥିଲେ ମଧ୍ୟ ୩ଘଣ୍ଟା ବିଳମ୍ବରେ ପହଁଚିଥିଲା । ତେବେ ଯାହାବି ହେଉ ପ୍ରବାସୀଙ୍କୁ ନେଇ ଆସୁଥିବା ଟ୍ରେନ୍ର ବିଳମ୍ବକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି । ଗତକାଲି ରାତି ଏବଂ ଆଜି ସକାଳ ସୁଦ୍ଧା ଆସିଥିବା ଦୁଇଟି ଟ୍ରେନ୍ରେ ୫ଟି ଜିଲାରୁ ୯୧୮ ପ୍ରବାସୀ ଆସିଥିବା ବେଳେ ସେମାନେ ସାମାଜିକ ଦୂରତା ମଧ୍ୟରେ ଷ୍ଟେସନରୁ ଆସିବା ପରେ ଥର୍ମାଲ ଚେକିଂ କରାଯାଇଥିଲା ।

ଷ୍ଟେସନ ବାହାରେ ହୋଇଥିବା କ୍ୟାମ୍ପରେ ନାମ ପଞ୍ଜିକରଣ କରିବା ପରେ ନିଜ ନିଜ ଜିଲାକୁ ବସ ଯୋଗେ ଯାଇଥିଲେ । ଗତକାଲି ବିଳମ୍ବିତ ରାତିରେ ତାମିଲନାଡ଼ୁର ଆସିଥିବା ଟ୍ରେନ୍ରେ ୫୮୯ ପ୍ରବାସୀ ଆସିଥିଲେ । ସେମାନଙ୍କୁ ବ୍ୟାସନଗର ପୈାରାଞ୍ଚଳରେ ଥିବା ୫ଟି ସଂଗରୋଧ କେନ୍ଦ୍ରରେ ରଖାଯାଇଥିଲା । ଆଜି ସେମାନଙ୍କୁ ନିଜ ଜିଲାକୁ ପଠାଯିବା ପରେ ଦ୍ୱିତୀୟ ଟ୍ରେନରେ ଆସିଥିବା ପ୍ରବାସୀଙ୍କୁ ପଠାଇବାର ବ୍ୟବସ୍ଥା କରାଯାଇଥିଲା । ଆଜି ଲାଗିଥିବା ଟ୍ରେନରେ କେନ୍ଦ୍ରାପଡ଼ାରୁ ୭୩, ପୁରୀରୁ ୧୯, କଟକ ୭୫, ଜଗତସିଂହପୁର ୮୨ ଓ ଯାଜପୁରରୁ ୮୦ଜଣ ପ୍ରବାସୀ ରହିଥିଲେ ।

ଅନ୍ୟପକ୍ଷରେ ଯାଜପୁର ରୋଡ଼ ଷ୍ଟେସନରେ ଅନ୍ୟଜିଲାର ପ୍ରବାସୀ ଓହ୍ଲାଇବାକୁ ନେଇ ସହରରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । ଯେତେ ବେଳେ ଅନ୍ୟଜିଲାରେ ଷ୍ଟେସନ ରହିଥିବା ଏବଂ ସମସ୍ତ ପ୍ରକାର ସୁବିଧା ରହିଥିବା ବେଳେ ଏଠାରେ ପ୍ରବାସୀଙ୍କୁ ଓହ୍ଲାଇବାର ବ୍ୟବସ୍ଥାକୁ ନେଇ ଲୋକେ ନାପସନ୍ଦ କରିଛନ୍ତି । କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ବ୍ୟାସନଗର ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ଆରପିଏଫ ଅଧିକାରୀ ରମାକାନ୍ତ ବାରିକ, ଜିଆରପି ଅଧିକାରୀ ସରୋଜକାନ୍ତ ଦାସ, ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା, ଯାଜପୁର ରୋଡ଼ ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ସବଇନିସପେକ୍ଟର ପବିତ୍ର କୁମାର ମହାରଣା ମିନତୀ ବେହେରା, ରାଜେଶ ସେଠୀ, ମନୋଜ ବାରା, ସୁବାସ ମୁଦୁଲୀ, ଏଏସଆଇ ସୁବାସ ଦାସ, ଅନିରୁଦ୍ଧ ବିଶ୍ୱାଳଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here