ବୁଗୁଡ଼ା୨୩/୫ ପ୍ରବାସରୁ ଆସୁଛନ୍ତି ଶହ ଶହ ଓଡିଶା ଶ୍ରମିକ। ବସ୍ ଆଣି ମନଇଛା ଯେଉଁଠିପଡିଲା ସେଠି ଏମାନଙ୍କୁ ଓହ୍ଲାଇ ଦେଇ ପଳାଇ ଯାଉଛି ଏମାନଙ୍କ ପହଞ୍ଚିବା ଖବର ମଧ୍ଯ ପ୍ରଶାସନ ପାଖରେ ରହୁନି କିମ୍ବା ଖବର ପାଇଲେ ମଧ୍ଯ ତତକ୍ଷଣାତ ପଦକ୍ଷେପ ନିଆଯାଉନି, ଏମାନଙ୍କୁ ଆଣିବା ବେଳେ ଯେମିତି ସଂପ୍ରତି ସଂଗରୋଧ ଅବଧି ପୂରଣ ପରେ ଛାଡିବାରେ ମଧ୍ଯ ଅବ୍ୟବସ୍ଥା ଦେଖା ଯାଉଛି ଗତ ୨୨ ତାରିଖ ଦିନ ଗୋଳବନ୍ଧ ସଙ୍ଗରୋଥ କେନ୍ଦ୍ରରୁ କବିସୂର୍ଯ୍ୟନଗର ଅଞ୍ଚଳର ପ୍ରବାସୀଙ୍କୁ ସକାଳୁ ଛଡାଯିବ ବୋଲି କୁହାଯାଇଥିଲେ ମଧ୍ଯ ଦିନ ୩ ଟାକୁ ଗାଡି ଆସିବାରୁ ପ୍ରବାସୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। 

ତେଣେ ସୁରାଟରୁ ୨ଟି ବସ୍ ପ୍ରବାସୀଙ୍କୁ ଧରିଆସି ବୁଗୁଡା କୁସୁମୀ ସେତୁ ପାଖରେ ଓହ୍ଲାଇ ପଳାଇବା ବେଳେ ପ୍ରତିବାଦ କରିବାରୁ ପ୍ରାୟ ୩୦ ଜଣ ପ୍ରବାସୀଙ୍କୁ ପୁଣି ବ୍ଲକ୍ ନିକଟରେ ଆଣି ପହଞ୍ଚାଇଥିଲା। ଅନୁରୂପ ଅନ୍ୟ ଏକ ବସ୍ ବସଷ୍ଟାଣ୍ଡରେ ଘୋଡାପଡା ଗ୍ରାମର ୧୬ ଜଣଙ୍କୁ ମଧ୍ଯ ଓହ୍ଲାଇ ପଳାଇଲା ପରେ ଏମାନେ ବାଧ୍ୟ ହୋଇ ଚାଲିଚାଲି ଶିଶୁମନ୍ଦିର କେନ୍ଦ୍ରକୁ ଆସିଥିଲେ।, ଏ ସଂପର୍କରେ କେହି ବ୍ଲକ୍ ଦାୟିତ୍ବବାହି କର୍ମଚାରୀ ଆଗୁଆ ପଦକ୍ଷେପ ନେବା କିମ୍ବା ଉପସ୍ଥିତ ନରହିବା ନେଇ ନାନା ଆଲୋଚନା ହେଉଛି କେହି ବିଡିଓଙ୍କୁ ସୂଚନା ଦେଲେ “ଷ୍ଟାପ୍” ପଠାଉଛି କହିଲେ ମଧ୍ଯ ବହୁସମୟ ଧରି କାହାର ଦେଖା ମିଳୁନି, ଅନ୍ୟ ଏକ ସୂତ୍ରରୁ ପ୍ରକାଶଯେ ବହୁ କେନ୍ଦ୍ରରେ ବହୁ ରୋଗୀ ରହିଛନ୍ତି, ସେମାନଙ୍କୁ ଉପଯୁକ୍ତ ଭାବେ ଚିହ୍ନଟ ନକରି ଚିକିତ୍ସା ପାଇଁ ପଠା ଯାଉନଥିବା ନେଇ ମଧ୍ଯ ଲୋକେ ନିରାପଦ ମାନୁନାହାନ୍ତି।

ବୁଗୁଡ଼ା ସହର ମଧ୍ୟସ୍ଥ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ପ୍ରବାସୀଙ୍କୁ ରଖିବାନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅହି ସ୍କୁଲଟିକୁ ଲାଗି ଚର୍ତୁଦ୍ଦିଗରେ ଜନବସତି ଥିବାରୁ ନାନା ଭୟ ସୃଷ୍ଟି ହେଉଥିବାରୁ ଅନ୍ୟତ ସ୍ଥାନାନ୍ତରିତ ପାଇଁ ଦାବି ହେଉଛି। ଅନ୍ୟନ୍ୟ କେତେକ କେନ୍ଦ୍ରରେ ରହିବା ଖାଇବା ନେଇ ମଧ୍ଯ ଅସନ୍ତୋଷ ଲାଗି ରହିଛି ପ୍ରଶାସନ ଅଧିକ ଓ ସହଯୋଗୀତ ଦୃଷ୍ଟି ଦେବାକୁ ଦାବି ହେଉଛି। 

LEAVE A REPLY

Please enter your comment!
Please enter your name here