ବାଲିଗୁଡା: ସମଗ୍ର ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଦିନକୁ ଦିନ ମୃତ ଓ  ଆକ୍ରାନ୍ତଙ୍କ  ସଂଖ୍ୟା  ବୃଦ୍ଧି ପାଇବାରେ ଲାଗିଛି l  ପେଟପାଟଣା ପାଇଁ ଭିଟାମାଟି ଛାଡି ବାହାର ରାଜ୍ୟକୁ  ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଦୁର୍ଦଶା ମଧ୍ୟ ସରୁନି l
  ଲକ ଡାଉନ ଅଵଧି ପୁଣି  ବୃଦ୍ଧିପାଇଥିବାରୁ ଗାଡି ମୋଟର ଟ୍ରେନ  ଚଳାଚଳ ବନ୍ଦ ରହିଛି l କମ୍ପାନୀ ବନ୍ଦରହିଥିବାରୁ କାମଧନ୍ଦା  ବନ୍ଦ ରହିଛି, ଫଳରେ ଖାଇବାକୁ ନ ପାଇ ଭୋକଉପବାସରେ ପଡିରହିଛନ୍ତି ଏନେଇ ଶ୍ରମିକଙ୍କ ପରିବାର ପକ୍ଷରୁ ଗ୍ରାମ ପଞ୍ଚାୟତ  ଅଫିସରେ  ପଞ୍ଜିକରଣ ସରିଛି l ପରିବାର ଓ  ପ୍ରିୟଜନ ଫେରିବା ବାଟକୁ ଅନାଇ ରହିଛନ୍ତି l
ପ୍ରକାଶଯେ, କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଶୀର୍ତ୍ତିଗୁଡା ଗ୍ରାମ ପଞ୍ଚାୟତର  13ଜଣ ଶ୍ରମିକ ଗାଁରେ କାମଧନ୍ଦା ନ ମିଳିବାରୁ ଆନ୍ଧ୍ରପ୍ରଦେଶ ଚିତୋର ଜ଼ିଲ୍ଲାର  ଶ୍ରୀସିଟି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ  ବିଲଡିଂ ନିର୍ମାଣ କାମରେ ୬ ମାସହେବ  ନିୟୋଜିତ ଥିଲେ l ଲକ ଡାଉନ ଯୋଗୁଁ  ସେମାନଙ୍କ ଦୁର୍ଦଶା ବଢ଼ଯାଇଛି l  ଗାଁକୁ  ଫେରିଆସିବାକୁ ସେମାନେ ଏକ ଭିଡ଼ିଓ ମାଧ୍ୟମରେ ଓଡିଶା ସରକାର ଓ ଜ଼ିଲ୍ଲା ପ୍ରଶାସନଙ୍କୁ ନିବେଦନ କରିଛନ୍ତି l
ସେପଟେ  ପରିବାର ଲୋକେ ବି ପ୍ରବାସୀଙ୍କୁ ଫେରାଇ ଆଣିବାକୁ ଓଡିଶା ସରକାର ଓ  କନ୍ଧମାଳ ପ୍ରଶାସନଙ୍କୁ  ନିବେଦନ କରିଛନ୍ତି l ଓଡିଶା ସରକାର ମଧ୍ୟ ପ୍ରବାସୀଙ୍କ ସମସ୍ୟା ସମାଧାନ ପାଇଁ  ସବୁ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରଛନ୍ତି l  କିନ୍ତୁ ସମସ୍ୟାର  ସମାଧାନ ହୋଇପାରୁନି ପ୍ରବାସୀଙ୍କ  ଫେରିବା ଆଶା କ୍ଷୀଣ  ହେଉଛି l ଯାହା ଫଳରେ ଅସନ୍ତୋଷ ପ୍ରକାଶ ପାଉଛି l  ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉକ୍ତ ପରିବାର ପକ୍ଷରୁ ଦାବୀ ହେଉଛି l

LEAVE A REPLY

Please enter your comment!
Please enter your name here