ଭୁବନେଶ୍ୱର, ୧୧ ସେପ୍ଟେମ୍ବର – ଆସନ୍ତା ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଂଟାରୀ ପରୀକ୍ଷା ଆରମ୍ଭ ହେବ । ଏହାସହ ଓପନ୍ ସ୍କୁଲ ସପପ୍ଲିମେଂଟାରୀ ପରୀକ୍ଷା ମଧ୍ୟ ସେହି ଦିନ ଠାରୁ ଆରମ୍ଭ ହେବ । ମୋଟ୍ ୩୫,୫୮୮ ଛାତ୍ରଛାତ୍ରୀ ସପ୍ଲିମେଂଟାରୀ ପରୀକ୍ଷା ଦେବେ ।୨୨,୬୪୯ ଛାତ୍ରଛାତ୍ରୀ ମାଟ୍ରିକ୍ ସପ୍ଲିମେଂଟାରୀ ଏବଂ ୧୨,୯୩୯ ଛାତ୍ରଛାତ୍ରୀ ଓପନ୍ ସ୍କୁଲ ସପ୍ଲିମେଂଟାରୀ ପରୀକ୍ଷା ଦେବେ । ଉଭୟ ପରୀକ୍ଷା ସେପ୍ଟେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ପରୀକ୍ଷା ବେଳେ କୋଭିଡ୍ ଗାଇଡ୍ ଲାଇନ୍ କୁ କଡାକଡି ଭାବେ ପାଳନ କରିବାକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି ।  ସୂଚନା ଅନୁଯାୟୀ ମାଟ୍ରିକ୍ ସପ୍ଲିମେଂଟାରୀ ପାଇଁ ୧୫୩ ଟି ପରୀକ୍ଷା କେନ୍ଦ୍ର ଓ ୧୩ ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିବା ବେଳେ ଓପନ୍ ସ୍କୁଲ ସପ୍ଲିମେଂଟାରୀ ପାଇଁ ୮୮ ଟି ପରୀକ୍ଷା କେନ୍ଦ୍ର ଓ ୭ ଟି ମୂଲ୍ୟାୟନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଂଟ ମାନଙ୍କୁ କୋଭିଡ୍ ନିୟମକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ସୁପରିଚଳନା ପାଇଁ ଜିଲ୍ଲାପାଳ ମାନେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପରୀକ୍ଷା କେନ୍ଦ୍ର ବାହାରେ ସୁରକ୍ଷା ବ୍ୟବସ୍ଥା କରିବାକୁ ପୋଲିସ୍ ପ୍ରଶାସନ କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ପ୍ରତ୍ୟେକ ଦିନ ପରୀକ୍ଷା ପରେ ପରୀକ୍ଷାକେନ୍ଦ୍ରରେ ସାନିଟାଇଜ୍ କରାଯାଇଛି କି ନାହିଁ ତଦାରଖ କରବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here