ବ୍ୟାସନଗର: ବୁଧବାର ମୈଥାନ ଇସ୍ପାତର ଏସଏମଏସ ସାଇଟ୍ରେ ଘଟିଥିବା ବିଷ୍ପୋରଣରେ ଗୁରୁତର ଥିବା ୪ଜଣ ଠିକାଶ୍ରମିକ କଟକର ଏକ ଘରୋଇ ହସପିଟାଲରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଚିକିତ୍ସାଧିନ ରହିଥିବା ବାଲିଚନ୍ଦ୍ରପୁର ଅଞ୍ଚଳର ସତ୍ୟରଂଜନ ସାହୁଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ବିଷ୍ପୋରଣ ପରେ ସୁରକ୍ଷା ବ୍ୟବସ୍ଥା ଉପରେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବିଷ୍ପୋରଣ ଘଟିଥିବା ଏସଏମଏସର ଲାଡ଼େଲ ସାଇଟ୍କୁ ବନ୍ଦ କରିଦେଇ ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ବିଷ୍ପୋରଣ ଘଟିଲା, କି ପ୍ରକାର ଟେକ୍ନିକ୍ାଲ ସମସ୍ୟା ସୃଷ୍ଠି ହେଲା, ତାହା ଉପରେ ବିଭାଗୀୟ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଏସମ୍ଭନ୍ଧରେ ବିଭାଗୀୟ ଅଧିକାରୀ କାରଖାନା କର୍ତୁପକ୍ଷଙ୍କ ସହ ଆଲୋଚନା କରିବେ । ବିଭାଗୀୟ ଅଧିକାରୀ ଚନ୍ଦ୍ରଶେଖର ବେହେରା ଦେଇଥିବା ସୂଚନା ମତେ ବିଷ୍ପୋରଣ ପରେ ଏସଏମଏସ ସାଇଟ୍କୁ ବନ୍ଦ କରିବାର ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ ଯାଇ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ । ତେବେ ମୈଥାନରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଏବଂ ଶ୍ରମିକ ଆହତ ହେଉଥିବା ବେଳେ ଫ୍ୟାକ୍ଟ୍ରି ଆଣ୍ଡ ବଏଲର ପକ୍ଷରୁ କୈାଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ କାରଖାନା କର୍ତୁପକ୍ଷ ଶ୍ରମିକ ସୁୁରକ୍ଷା ପ୍ରତି ବାରମ୍ବାର ଅଣଦେଖା କରିଚାଲିଥିବାର ଅଭିଯୋଗ ହେଉଛି । ବିଶେଷ କରି ଶ୍ରମିକ ନିୟୋଜିତ କରୁଥିବା ଠିକା ସଂସ୍ଥା ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ପୁରାପୁରି ଏଡ଼ାଇ ଚାଲିଥିବା ବେଳେ ଶ୍ରମ ବିଭାଗ ପକ୍ଷରୁ କୈାଣସି ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ପଛରେ କି କାରଣ ରହିଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଠି କରିଛି । ଠିକାଦାର ସହ କାରଖାନା କର୍ତୁପକ୍ଷ ଏବଂ ଶ୍ରମ-ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗର ମଧୁଚନ୍ଦ୍ରିକା କାରଣରୁ ଘଟୁଥିବା ଦୁର୍ଘଟଣାରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ବିଡ଼ମ୍ବନାର ବିଷୟ ବୋଲି କୁହାଯାଉଛି । ମୈଥାନରେ ଘଟିଥିବା ବିଷ୍ପୋରଣବି ସମାନଢଙ୍ଗରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାର ପୁରା ଯୋଜନା କରାଯାଇଥିବା ଫ୍ୟାକ୍ଟ୍ରି ଆଣ୍ଡ ବଏଲର ବିଭାଗ ଅଧିକାରୀ ରଖିଥିବା ବୟାନରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ଏଠାରେ ସୂଚନା ଥାଉକି ବୁଧବାର ଦିନ୧୧ଟାରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ମେସ୍କୋ ଷ୍ଟିଲ ୟୁନିଟ୍ର ମୈଥାନ ଇସ୍ପାତର ମେଲଟିଙ୍ଗ୍ ସପ୍ ବା ଏସଏମଏସ ସାଇଟ୍ରେ ବିଷ୍ପୋରଣରେ ସତ୍ୟରଂଜନ ସାହୁ, ଉମାନାଥ ଯାଦବ. ମାନସ ମଲିକ୍, ସୁନିଲ ମାଝୀ ଓ ଗୈାରାଙ୍ଗ ସିଂହ ପୋଡ଼ି ହୋଇଯାଇଥିଲେ । ଏମାନେ ଜେଡ଼ି ଠିକାସଂସ୍ଥା ଅଧିନରେ କାର୍ଯ୍ୟ କରୁଥିଲେ । ଅନ୍ୟପକ୍ଷରେ ଘଟଣା ସଂପର୍କରେ ମୈଥାନର ସିଇଓ ସୁରଜିତ୍ ଶତପଥୀ ହୁଅନ୍ତୁ ବା ଅନ୍ୟତମ ଅଧିକାରୀ ଅକ୍ଷୟ ପଟ୍ଟନାୟକ କୈାଣସି ସୂଚନା ଦେବାକୁ ଉଚିତ ମଣୁନାହାନ୍ତି ।

LEAVE A REPLY

Please enter your comment!
Please enter your name here