ଦାନଗଦୀ,୧୧ ମାସର ବକେୟା ଦରମା ଓ ବୋନସ ଦାବିରେ ଗତକାଲି ମୈଥାନ ଇସ୍ପାତ କାରଖାନାର ଶ୍ରମିକ ଓ କର୍ମଚାରୀ ମାନେ ମେସ୍କୋ ଅଧକ୍ଷା ରିତା ସିଂଙ୍କୁ ସ୍ଥାନୀୟ ମେସ୍କୋ ହିଲଭିୟୁ ହୋଟେଲ ରେ ସକାଳ ୭ଟା ଠାରୁ ନଜରବନ୍ଦୀ ରଖି ଫାଟକ ସମ୍ମୁଖରେ ଧାରଣାରେ ବସିରହିଥିଲେ । ଆଜି ଜିଲ୍ଲା ପ୍ରଶାସନ ଓ କାରଖାନା କତୃପକ୍ଷଙ୍କ ମିଳିତ ଆଲୋଚନା ବିଫଳ ହୋଇଥିଲା । ରାତି ୭.୩୦ ରେ ପୋଲିସ ଆନେ୍ଦାଳନ କାରୀଙ୍କ ମଧ୍ୟରୁ ୩୦ ଜଣଙ୍କୁ ଗିରଫ କରିବା ପରେ ମେସ୍କୋ ଅଧକ୍ଷା ଶ୍ରୀମତୀ ସିଂଙ୍କୁ ଉଦ୍ଧାର କରିଥିଲା । ଆଜି ଅପରାହ୍ନ୍ନ ରେ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ମେସ୍କୋ ଅଧକ୍ଷା ଓ ଶ୍ରମିକ ନେତା ମାନଙ୍କ ମଧ୍ୟରେ ବାରମ୍ବାର ବୈଠକ କରିଥିଲେ ମଧ୍ୟ ଆଲୋଚନା ବିଫଳ ହୋଇଥିଲେ । ଆଲୋଚନାରେ ସ୍ଥାନୀୟ ବିଧାୟକ ଇଂ ପ୍ରିତିରଞନ ଘଡାଇ , ଜିଲ୍ଲା ଆରକ୍ଷୀଅଧିକ୍ଷକ ଚରଣ ସିଂ ମିନା , କଳିଙ୍ଗନଗର ଏଡିଏମ୍ ସନ୍ତୋଷ କୁମାର ମିଶ୍ର,କଳିଙ୍ଗନଗର ଅତିରିକ୍ତ ଏସ୍ପି ରାଜ କିଶୋର ଦୋରା ,ଦାନଗଦୀ ତହସିଲଦାର ବୁଲବୁଲ ବେହେରା,ମେସ୍କୋ ଅଧକ୍ଷା ରିତା ସିଂ ଓ କାରଖାନା ୟୁନିୟନ ପକ୍ଷରୁ ବିଜୟ ଦଳେଇ ଏବଂ ଚନ୍ଦା ପାଳ ପ୍ରମୁଖ ଆଲୋଚନା ରେ ବସିଥିଲେ । ଆଲୋଚନାରେ ମେସ୍କୋ ଅଧକ୍ଷା ଶ୍ରୀମତୀ ସିଂ ବକେୟା ଦରମା ୧୧ ମାସ ମଧ୍ୟରୁ ଏକ ମାସର ଦରମା ଏକ କୋଟି ୮୨ ଲକ୍ଷ ମଧ୍ୟରୁ ଏକ କୋଟି ୧୦ ଲକ୍ଷ ଟଙ୍କା ୩ ଟି କିସ୍ତିରେ ଦେବାକୁ ରାଜି ହୋଇଥିଲେ । ଯାହାକି ୟୁନିୟନ ପକ୍ଷରୁ ରୋକ ଠୋକ ମନା କରା ଯାଇଥିଲା । ଯାହାଫଳରେ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ୱରୁପ ଆନେ୍ଦାଳନ କାରୀ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଗିରଫ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here