ଝିଅମାନେ ସବୁବେଳେ ମେକ୍‌ଅପ୍‌ ପ୍ରତି ଯତ୍ନବାନ ଥାଆନ୍ତି – ବିବାହ ପୂର୍ବରୁ ହେଉ କି ବିବାହ ପରେ। ବିବାହ ସମୟରେ ବ୍ରାଇଡାଲ୍‌ ମେକ୍‌ଅପ୍‌ର ଯେତିକି ଗୁରୁତ୍ୱ ଥାଏ, ହନିମୁନ୍‌ ସମୟରେ ବି ମେକ୍‌ଅପ୍‌ ଉପରେ ଦୃଷ୍ଟି ଦିଆଯାଏ। ହନିମୁନ୍‌ ମେକଅପ୍‌ ସମ୍ପର୍କରେ କେତେକ ଟିପ୍ସ
> ପ୍ରତ୍ୟେକ ଦିନ କ୍ଲିନଜିଂ, ଟୋନିଂ ଏବଂ ମଶ୍ଚରାଇଜିଂ ଉପରେ ଧ୍ୟାନ ଦିଅନ୍ତୁ ।
> ମେକ୍‌ଅପ୍‌ ଆରମ୍ଭ କରିବା ପୂର୍ବରୁ ଠିକ୍‌ ସେଡ୍‌ର ଫାଉଣ୍ଡେସନ ଏବଂକନସିଲର ବାଛନ୍ତୁ । ନିଜ ତ୍ୱଚା ଠାରୁ ସବୁବେଳେ ଉଜ୍ୱଳ ବା ଲାଇଟ୍‌
ସେଡ୍‌ ଚୟନ କରନ୍ତୁ।
> ମେକ୍‌ଅପ୍‌ ନେଉଥିବା ସମୟରେ ଆଖି ଏବଂ ଓଠ ଉପରେ ଗୁରୁତ୍ୱ ଦେବା ଖୁବ୍‌ ଜରୁରୀ। ଓଠ କିମ୍ବା ଆଖିରେ ଅଧିକ ମେକ୍‌ଅପ ନେବା ଦ୍ୱାରା ଆଦୌ ଭଲ ଦିଶେ ନାହିଁ। ମସ୍କରା ସମେତ ଆଖିରେ କାଜଲ ପେନସିଲକୁ ବ୍ୟବହାର କରନ୍ତୁ। ଠିକ୍‌ ସେମିତି ଓଠ ଲାଗି ନାଲି କିମ୍ବା ଗୋଲାପି ରଙ୍ଗର ଗ୍ଲସି ଲିପ୍‌ଷଫିକକୁ ବ୍ୟବହାର କରିପାରିବେ।
> ସନ୍‌ସ୍କ୍ରିନ୍‌ ସମସ୍ୟା ଠାରୁ ଦୂରେଇ ରହିବାକୁ ଚାହୁଁଥିଲେ ମେକଅପ୍‌ ନେବା ପୂର୍ବରୁସନସ୍କିନ୍‌ ପ୍ରୟୋଗ କରିବାକୁ ଭୁଲନ୍ତୁ ନାହିଁ।
> ରାତିରେ ଶୋଇବାକୁ ଯିବା ପୂର୍ବରୁମେକଅପ୍‌ ରିମୁଭର କିମ୍ବା ଲୋସନ ସାହାଯ୍ୟରେ ମେକ୍‌ଅପ୍‌ ଛଡ଼ାନ୍ତୁ। କେବଳ ସେତିକି ନୁହେଁ, ମୁହଁରେ ନାଚୁରାଲ ମଶ୍ଚରାଇଜର ଏବଂ ଓଠରେ ଲିପ୍‌ ବାମ୍‌ ବ୍ୟବହାର କରନ୍ତୁ

LEAVE A REPLY

Please enter your comment!
Please enter your name here