ଭୁବନେଶ୍ୱର :  ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହ କଥା ହେବା ବେଳେ ରାଜ୍ୟର ସରକାରଙ୍କର ଉଦାସୀନତା ଓ ପ୍ରୋତ୍ସାହନରେ ଝିଅ ଓ ମହିଳା ନିର୍ଯ୍ୟାତିତା ଓ ଅପମାନିତ ହେବା ତଥା ଗାଁ ଗଣ୍ଡାରେ
ଲୋକଙ୍କ ଇଚ୍ଛାରେ ନୁହେଁ ସରକାରୀ ଦଳର ନେତା ଓ କର୍ମୀଙ୍କ ଲାଭ ପାଇଁ ଲୋକଙ୍କ ଝାଳବୁହା ଟିକସ ଅର୍ଥ ଖର୍ଚ କରା ଯିବା ନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ସରକାରଙ୍କ ନାକ ତଳେ ବେଆଇନ ସେଲ୍ଟର ହୋମରେ ଝିଅଙ୍କୁ ନିର୍ଯ୍ୟାତନା ମାମଲାରେ ବିଭାଗୀୟ ମନ୍ତ୍ରୀ ଦିଅନ୍ତୁ ଇସ୍ତଫା
 ମହିଳା ମାନଙ୍କ ପ୍ରତି ସରକାର ସମ୍ବେଦନହୀନତା ବିରୁଦ୍ଧରେ ଜନମତ ତିଆରି କରା ଯିବ
 ୧୦ ହଜାର କୋଟି ଟଙ୍କା ବ୍ୟୟରେ ଏନଟିପିସି ଟିଟିପିଏସ୍ର ପାୱାର ଷ୍ଟେସନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅନୁମତି ଦେଉନାହାନ୍ତି
 ତାଳଚେର କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ବାରମ୍ବାର ଅନୁରୋଧ ସତ୍ୱେ ଦେଉନାହାନ୍ତି ଜମି
 ଗାଁ ଗଣ୍ଡାରେ ଲୋକଙ୍କ ଇଚ୍ଛାରେ ନୁହେଁ ସରକାରୀ ଦଳର ନେତା ଓ କର୍ମୀଙ୍କ ଲାଭ ପାଇଁ ଲୋକଙ୍କ ଝାଳବୁହା ଟିକସ ଅର୍ଥ ଖର୍ଚ କରା ଯାଉଛି

ଢେଙ୍କାନାଳର ବେଲଟିକରି ଘଟଣାକୁ ଉଲ୍ଲେଖ କରି ଶ୍ରୀ ପ୍ରଧାନ ଏହି ମାମଲାରେ ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ଢେଙ୍କାନାଳର ବେଲଟିକରିର ଦୁଃଖଦ ଘଟଣା ସାମ୍ନା କୁ ଆସିଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ରାଜ୍ୟ ସରକାରର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଗୋଟିଏ ଦୁଇଟି ନୁହେଁ
୨୩ଟି ସେଲ୍ଟର ହୋମ ବେଆଇନ ଭାବେ ଚାଲୁଥିଲା । ଯେଉଁଠି ଓଡ଼ିଆ ଛୁଆ ମନକୁ ବିଭିନ୍ନ ପ୍ରକାର ମାନସିକ ଓ ଶାରାରିକ ନିର୍ଯ୍ୟାତନା ଦେବାର ତଥ୍ୟ ପ୍ରମାଣ ଗଣମାଧ୍ୟମ ସାମ୍ନାକୁ ଆସିଛି । ସେ ଭଳିଆ ଗୋଟେ କେନ୍ଦ୍ର ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ରୁ ମାତ୍ର ୧୦ ରୁ ୧୫ କିମି ଦୂରରେ
ସ୍ଥାପିତ ହୋଇଥିଲା । ପ୍ରଶ୍ନ ଉଠୁଛି ଯେ ଏହାକୁ ଚଳାଇବା ପାଇଁ କିଏ ଅନୁମତି ଦେଇଥିଲେ । ଏହା କାହାର ପ୍ରୋତ୍ସାହନରେ ଚାଲୁଥିଲା । ସେ କହିଛନ୍ତି ଯେ ଏହା ଏକ ସମ୍ବେଦନହୀନ ସରକାର । କୁନ୍ଦୁଲି ର ଝିଅର ଆତ୍ମା ହତ୍ୟା ହଉ କିମ୍ବା ବେଳଟିକରିର ନିନ୍ଦନୀୟ ଘଟଣା ହେଉ, ମହିଳା ମାନଙ୍କ ପ୍ରତି ଏହି ସରକାର ସମ୍ବେଦନହୀନତା ଚରମ ନିଦର୍ଶନ ଦେଖେଇଛନ୍ତି । ଆଗାମୀ ଦିନରେ ଏହା ବିରୁଦ୍ଧରେ ଜନମତ ତିଆରି କରାଯିବ ବୋଲି ସେ କହିଛନ୍ତି ।  ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେରରେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ଏନଟିପିସି ଟିଟିପିଏସ୍ର ୧୩୨୦ ମୋଗାୱାଟ ପାୱାର ଷ୍ଟେସନ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ପାଇଁ ଅନୁରୋଧ କରାଯାଇଥିଲା କିନ୍ତୁ ଦେଇ ନାହାନ୍ତି । ବାରମ୍ବାର ଚିଠି ଲେଖି ଅନୁରୋଧ କରିବା ସତ୍ୱେ
ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଭୂମି ଯୋଗାଇ ଦେଉନାହାନ୍ତିା ଏମସିଏଲ ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର ବାଧକ ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଲୋକଙ୍କ ଝାଳବୁହା ଟିକସ ଅର୍ଥ କେମିତି ଖର୍ଚ ହେବ ଜନସାଧାରଣଙ୍କୁ ପରାମର୍ଶ ନ ନେଇ ବିଜେଡିର ନେତା,ବିଧାୟକ, ମନ୍ତ୍ରୀ ଓ ସରକାରୀ ଅଫିସର ମାନେ କାମ ସ୍ଥିର କରୁଛନ୍ତି । ପୂର୍ବରୁ ୫୦ ହଜାର ଟଙ୍କାରୁ କମ ପାଇଁ ଟେଣ୍ଡର ଆବଶ୍ୟକ ନ ଥିଲା ବେଳେ ଲୋକଙ୍କ ଟଙ୍କାକୁ ଲୂଟ କରିବା ପାଇଁ ଏହାକୁ ବଢାଇ ପାଂଚ ଲକ୍ଷ ଟଙ୍କା କରି ଦିଆ ଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଘରେ ଘରେ ପାଇଖାନା ମହିଳାଙ୍କ ସମ୍ମାନ ପାଇଁ ଜରୁରୀ । ମାତ୍ର ମୋଦି ପାଇଖାନା ନ ଥିବା ପ୍ରତି ପରିବାରରେ ପାଇଖାନା ପାଇଁ ୧୨ ହଜାର ଟଙ୍କା ପଠାଇଥିବା ବେଳେ କାହିଁକି ଅନେକ ଘରେ ଆଜି ଓଡିଶାରେ ପାଇଖାନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ପିସି ମଷ୍ଟ ଷ୍ଟପ୍ ବୋଲି କହିଥିଲେ । ମାତ୍ର ଓଡିଆ ଲୋକଙ୍କ କଷ୍ଟ ଅର୍ଜିତ ଅର୍ଥକୁ ସରକାରୀ ଦଳର ଲୂଟ ବିରୁଦ୍ଧରେ ଓଡିଆ ଲୋକ ଏକାଠି ହୋଇ ପରିବର୍ତନ ପାଇଁ ଅଂଟା ଭିଡିଲେଣି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Loading...

LEAVE A REPLY

Please enter your comment!
Please enter your name here