ମାର୍ଶାଘାଇ- ମଙ୍ଗଳବାର ସକାଳ ପ୍ରାୟ ୯ଟା ସମୟରେ ମାର୍ଶାଘାଇ ଥାନା ୫ନଂ(କ) ଜାତୀୟ ରାଜପଥର ତାରିଣୀ ଛକଏବଂ କଳାଗଡ ଗୋଡା ମର୍ଝିି ସ୍ଥାନରେ ଏକ ୧୪ଚକିଆ ମାଲ ବୋଝେଇ ଟ୍ରକ୍ ସହିତ ଯାତ୍ରୀବାହୀ ବସର ମୁହାଁମୁହିଁ ଧକ୍କା ଲାଗିବା ଫଳରେ ବସରେ ଥିବା ଯାତ୍ରୀ ମାନଙ୍କ ମଧ୍ୟରୁ ୁ ୧୦ଜଣ ଆହତ ହୋଇଥିବା ବେଳେ ଅଧିକାଂଶ ଯାତ୍ରୀ ସାମାନ୍ୟ ଆହତ ହୋଇଥିବାର ଜଣାପଡିଛି । ତେବେ ଆଠ ଜଣ ଯାତ୍ରୀଙ୍କୁ ମାର୍ଶାଘାଇରୁ ଦମକଳ କେନ୍ଦ୍ରର କର୍ମଚାରୀ ଓ ୧୦୮ର କର୍ମଚାରୀ କେନ୍ଦ୍ରାପଡା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ । ଘଟଣାରୁ ପ୍ରକାଶ ମଙ୍ଗଳବାର ସକାଳ ପ୍ରାୟ ୯ଟା ସମୟରେ ଓଆର ୦୪ ଏ ଜେ ୯୪୯୫ ସାହିଲ ନାମକ ଯାତ୍ରୀବାହୀ ବସଟି ଚଣ୍ଡୀଖୋଲ ପଟୁ ପାରାଦ୍ୱୀପକୁ ଯାଉଥିବା ବେଳେ ବାମ ପଟରେ ରାସ୍ତା ଜାମ ଥିବାରୁ ଡାହଣ ପଟରେ ଯାଉଥିଲା । ବିପରିତ ଦିଗରୁ ପାରାଦି୍ୱପ ପଟୁ ଆସୁଥିବା ଟ୍ରକଟି ବସ ସହିତ ମୁହାଁମୁହିଁ ଧକ୍କା ଲାଗିଥିଲା । ତେବେ ଘଟଣା ସ୍ଥଲରେ ସାମନ୍ୟ ଉତ୍ତେଜନା ଦେଖାଦେଇଥିବା ବେଳେ ମାର୍ଶାଘାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡି ୨ଟିକୁ ଜବତ କରିଥିବାର ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here