ନୂଆଦିଲ୍ଲୀ : ସାଧାରଣତଃ ବିବାହ ଉତ୍ସବରେ ନାଚ ଗୀତର ଅସାର ଜମିଥାଏ l ଏହି ଆସର ଜମିଥିଲା ବେଳେ ସମସ୍ତଙ୍କର ନଜର ଗୀତ ଓ ନାଚର ତାଳରେ ରହିଥାଏ l କିନ୍ତୁ ଅଚାନକ ଏପରି କିଛି ଘଟି ଯାଏ ତାହା ସମସ୍ତ ଉତ୍ସବକୁ ରଙ୍ଗହୀନ କରିଦିଏ l ଦିଲ୍ଲୀରେ ସେହିଭଳି ଗୋଟିଏ ଘଟଣା ଦେଖିବାକୁ ମିଳିଛି l ଚୋର ମାନେ ବରକୁ ଏହି ଭଳି କିଛି ଅସୁବିଧାରେ ପକାଇଛନ୍ତି l ସେମାନେ ବର ପାଖରୁ ତାର ମୂଲ୍ୟବାନ ଜିନିଷ ନେଇ ପଳାଇଗଲେ l ବରଯାତ୍ରୀ ମାନେ ଯେତେବେଳେ ନାଚଗୀତରେ ମଜି ରହିଥିଲେ ସେହି ସମୟରେ ଏହା ଦେଖିବାକୁ ମିଳିଥିଲା l ପୀଡିତ ପକ୍ଷ ପୋଲିସର ଦ୍ୱାରସ୍ଥ ହୋଇଥିଲେ ଏବଂ ଅଭିଯୋଗ କରିଥିଲେ l

ପୋଲିସ ଅଧିକାରୀ ଏହି ମାମଲାକୁ ନେଇ କହିଛନ୍ତି ଯେ ଜନକ ପୁରୀରେ ଗୋଟିଏ ବିବାହ ଉତ୍ସବ ଏକ ମଣ୍ଡପରେ ଥିଲା ଯେତେବେଳେ ବରଯାତ୍ରୀମାନେ ବାହାରିଲେ ସେତେବେଳେ ପାଖାପାଖି ୧୦ ଟା ରାତି ହୋଇଥିଲା l ଚୋରମାନେ ଏହି ସମୟରେ ବର ଉପରେ ନଜର ପକାଇଥିଲେ l ସେମାନେ ଦୁଇଚକିଆ ଯାନ ସାହାଯ୍ୟରେ ଆସି ଯାନକୁ ଦୂରରେ ରଖି ବର ପାଖକୁ ଚାଲି ଚାଲି ଆସିଲେ l ତାପରେ ବରର ବେକରୁ ଟଙ୍କାର ମାଳ ଏବଂ ସୁନା ଚେନ ଛଡାଇ ଗାଡ଼ିରେ ପଳାଇଲେ l ଗୀତ ଓ ବ୍ୟାଣ୍ଡ ବାଜାର ଶବ୍ଦରେ ବରଯାତ୍ରୀ ମାନଙ୍କୁ ଏହି ବିଷୟରେ କିଛି ଜଣାପଡିଲା ନାହିଁ l ଯେତେବେଳେ ଜଣା ପଡିଲା ସେତେବେଳକୁ ଆଉ କିଛି ନଥିଲା l ଘଟଣା ସ୍ଥଳରେ ଲାଗିଥିବା ସିସି ଟିଭି କ୍ୟାମେରାକୁ ଆଧାର କରି ପୋଲିସ ଆରୋପି ମାନଙ୍କୁ ଖୋଜୁଛି l

LEAVE A REPLY

Please enter your comment!
Please enter your name here