ନୂଆଦିଲ୍ଲୀ: ପୁଣିଥରେ ଭାରତକୁ ଗୌରଭ ଆଣିଦେଲେ ବକ୍ସିଂ ତାରକା ମ୍ୟାରୀ କମ୍‌ | ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ନିଜର ଷଷ୍ଠ ସ୍ଵର୍ଣ୍ଣ ପଦକ ହାସଲ କରିବା ସହ ସାରା ଦେଶକୁ ଗର୍ବରେ ମୁଣ୍ଡ ଉଠାଇଛନ୍ତି ମ୍ୟାରି କମ୍ | ୪୫-୪୮ କିଲୋଗ୍ରାମ୍‌ ବର୍ଗରେ ୟୁକ୍ରେନ୍‌ର ହାନ୍ନା ୱଖାଟାଙ୍କୁ ୫-୦ରେ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି । ଶନିବାର ନୂଆଦିଲ୍ଲୀର କେଡି ଯାଦବ ଇନ୍‌ଡୋର ଷ୍ଟାଡିୟମ୍‌ଠାରେ ଏହି ସଫଳତା ହାସଲ କରିଥିବା ମ୍ୟାରୀ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ଶ୍ରେଷ୍ଠ ବକ୍ସିଂ ତାରକାର ମାନ୍ୟତା ହାସଲ କରିପାରିଛନ୍ତି । ସେ ପୂର୍ବରୁ ୫ ଥର ସ୍ୱର୍ଣ୍ଣ ଜିତି ଉତ୍ତର ଆୟରଲ୍ୟାଣ୍ଡର କେଟି ଟେଲରଙ୍କ ରେକର୍ଡର ସମକକ୍ଷ ହୋଇଥିଲେ ।ସୂଚନାଯୋଗ୍ୟ, ୨୦୦୨ ମାସରେ ପ୍ରଥମ ଥର ପାଇଁ ସେ ମହିଳା ବିଶ୍ୱ ଚାମ୍ପିୟନ୍‌ଶିପ୍ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ୱର୍ଣ୍ଣ ହାସଲ କରିଥିଲେ । ଏହାପରେ ୨୦୦୫, ୨୦୦୬, ୨୦୦୮ ଏବଂ ୨୦୧୦ ମସିହାରେ ମଧ୍ୟ ସମାନ ସଫଳତା ହାସଲ କରିଥିଲେ । ୨୦୦୨ ସଂସ୍କରଣ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ବର୍ତ୍ତମାନ ସେ ଏକମାତ୍ର ଖେଳାଳି ଯିଏ କି ଖେଳ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରଖିଛନ୍ତି । ଏହି ସଫଳତା ବ୍ୟତୀତ ସେ ଅଲମ୍ପିକ୍‌ରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଏବଂ ୫ଥର ଏସିଆନ୍‌ ଚାମ୍ପିୟନ୍‌ ହୋଇଛନ୍ତି । ଏଥିସହ ସେ ୩ଟି ଛୁଆର ମାଆ ମଧ୍ୟ | ସବୁଠାରୁ ଗର୍ବର କଥା ଯେ ତାଙ୍କ ଜୀବନୀ ଉପରେ ବଲିଉଡରେ ଏକ ଫିଲ୍ମ ମଧ୍ୟ ନିର୍ମିତ ହୋଇସାରିଛି । ଏହି ଫିଲ୍ମରେ ମେରି କମ ସାଜିଥିଲେ ପ୍ରିୟଙ୍କା ଚୋପ୍ରା, ଯାହା ବକ୍ସ ଅଫିସରେ ଖୁବ୍ ପ୍ରଶଂସା ସାଉଣ୍ଟିଥିଲା |

 

Loading...

LEAVE A REPLY

Please enter your comment!
Please enter your name here