ଚେନ୍ନାଇ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂହଙ୍କୁ ନେଇ କଂଗ୍ରେସ୍‌ ଚିନ୍ତାରେ ରହିଛି। ଡ଼ ମନମୋହନ ସିଂହଙ୍କ ରାଜ୍ୟସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ଏପ୍ରିଲ୍‌ରେ ଶେଷ ହେବାକୁ ଯାଉଛି। ମନମୋହନ ସିଂହ ସଂପ୍ରତି ଆସାମର ରାଜ୍ୟସଭା ସଦସ୍ୟ ଅଛନ୍ତି। କିନ୍ତୁ ସେ ଏଠାରୁ ଆଉ ନିର୍ବାଚିତ ହୋଇପାରିବେ ନାହିଁ,କାରଣ ସେଠାରେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ସରକାର ରହିଛି।
କଂଗ୍ରେସ ମନେ କରୁଛି ଯେ, ତାମିଲନାଡ଼ୁ ମନମୋହନ ସିଂହଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ଜିତାଇବ। ହେଲେ ତାହା ସେତେ ସହଜସାଧ୍ୟ ମନେ ହେଉ ନାହିଁ। ଏଥିପାଇଁ କଂଗ୍ରେସ ପାର୍ଟି ଡି ଏମ କେର ସହାୟତା ଚାହୁଁଛି। ସେଥିଲାଗି କଂଗ୍ରେସ ନେତାମାନେ ଡି ଏମ କେ ଅଧ୍ୟକ୍ଷ ଏମ୍‌.କେ ଷ୍ଟାଲିନଙ୍କୁ ଫୋନ୍‌ କରୁଛନ୍ତି,ମାତ୍ର ସେ କୌଣସି କଂଗ୍ରେସ ନେତାଙ୍କ ଫୋନ୍‌ ଉଠାଉ ନ ଥିବା କୁହାଯାଉଛି।

୨୦୧୯ରେ ତାମିଲନାଡ଼ୁର ଛଅଟି ସିଟ୍‌ ପାଇଁ ରାଜ୍ୟସଭା ନିର୍ବାଚନ ହେବ। ଏଥି ମଧ୍ୟରୁ ୪ଟି ଏ ଆଇ ଡି ଏମ୍‌କେ ଯିବ। ଦୁଇଟିରେ ବର୍ତ୍ତମାନ ଡିଏମକେର ଦୁଇଜଣ ସାଂସଦ ଅଛନ୍ତି। ଏଥିମଧ୍ୟରୁ ଡି ରାଜାଙ୍କୁ ପୁଣିଥରେ ଡି ଏମ୍‌କେ ରାଜ୍ୟସଭାକୁ ପଠାଇବା ଥୟ। ଅନ୍ୟ ନେତା କାନି ମାଝି ଆଉ ରାଜ୍ୟସଭାକୁ ଯିବାକୁ ଚାହୁଁନଥିବା ହେତୁ ତାଙ୍କ ଜାଗାରେ ମନମୋହନ ସିଂହଙ୍କୁ ନିର୍ବାଚିତ କରାଇବାକୁ ଚାହୁଁଛି କଂଗ୍ରେସ।

Loading...

LEAVE A REPLY

Please enter your comment!
Please enter your name here