√● ଲକ ଡାଉନ ସମୟରେ କୋଭିଡ୍ ରୋଗୀଙ୍କ ପାଇଁ 51 ଟି ଆଇସୋଲେସନ କୋଚ ପ୍ରସ୍ତୁତ | 

√● 3743 ଲିଟର ସାନିଟାଇଜର ଏବଂ  7732 ମାସ୍କ ପ୍ରସ୍ତୁତ |

√● କୋଭିଡ୍ ରୋଗୀଙ୍କ ପାଇଁ ଫୋମ୍ ସହିତ 104 ଟି ବେଡ୍ ପ୍ରସ୍ତୁତ |


√● 61 ଟି ଅମ୍ଳଜାନ ସିଲିଣ୍ଡର ଷ୍ଟାଣ୍ଡ ଏବଂ ୧୦ଟି ମେଡିକାଲ ଉପକରଣ ଟ୍ରଲି ପ୍ରସ୍ତୁତ |


√● ୩୫ ଟି ପେଡାଲ ବ୍ୟବହୃତ ସାନିଟାଇଜର ଡିସପେନସର୍ ଏବଂ 21 ପେଡାଲ ବ୍ୟବହୃତ ଅପରେଟେଡ୍ ହ୍ୟାଣ୍ଡ୍ ୱାଶ୍ ବେସିନ ପ୍ରସ୍ତୁତ | 

√● 222 ଟି ରେଳ କୋଚ୍ ମରାମତି କରାଯାଇ ବିଭିନ୍ନ ରେଳମଣ୍ଡଳକୁ ପଠାଯାଇଛି |

ଲକଡାଉନ୍ ସମୟରେ, ଯେତେବେଳେ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିଲା ସେତେବେଳେ କେବଳ କିଛି ସ୍ପେଶାଲ୍ ଟ୍ରେନ୍ ଏବଂ ଶ୍ରମିକ୍ ସ୍ପେଶାଲ୍ ଟ୍ରେନ ଚଳାଚଳ କରାଯାଇଥିଲା ଯାହାକି ପ୍ରବାସୀ ମାନଙ୍କୁ ସେମାନଙ୍କ ଘରକୁ ପଠାଯାଉଥିଲା | ଏହା ବ୍ୟତୀତ  ଅତ୍ୟାବଶ୍ୟକ ସାମଗ୍ରୀର ନିରବଚ୍ଛିନ୍ନ ଯୋଗାଣ ବଜାୟ ରଖିବା ପାଇଁ ମାଲ ପରିବହନ ଏବଂ ପାର୍ସଲ ଟ୍ରେନ ଚଳାଚଳକୁ ଗୁରୁତ୍ୱ ଦିଆଯାଇଥିଲା  | ଅତିରିକ୍ତ କାର୍ଯ୍ୟ ବୃଦ୍ଧି ପାଇଁ ପୂର୍ବତଟ ରେଳପଥ ସୁଚିନ୍ତିତ ପଥରେ ଏହି ଲକଡାଉନ୍ ସମୟକୁ ଭଲଭାବେ ବିନିଯୋଗ କରିପାରିଛି |

ଲକଡାଉନ୍ ଆହ୍ୱାନ କୁ ମୁକାବିଲା ପାଇଁ ପୂର୍ବ ତଟ ରେଳପଥର ମଞ୍ଚେଶ୍ୱରସ୍ଥିତ ରେଳଡବା ମରାମତି କାରଖାନା ରେଳ କର୍ମଚାରୀ, ଯାତ୍ରୀ ଓ ରେଳ ବ୍ୟବହାରକାରୀ ମାନଙ୍କ ସୁବିଧା ପାଇଁ ଅନେକ କୋଭିସ୍ -19 ସମ୍ବନ୍ଧୀୟ ସତର୍କତା ସାମଗ୍ରୀ ପ୍ରସ୍ତୁତ କରି ସୁବିଧା ପ୍ରଦାନ କରିଅଛି I  ଯେତେବେଳେ ସମଗ୍ର ବିଶ୍ୱ କରୋନାର ପ୍ରଭାବରେ ବ୍ୟତିବ୍ୟସ୍ତ ହୋଇପଡିଛି ସେହି ସମୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନାର କର୍ମଚାରୀମାନେ ନିଜର ଦକ୍ଷତା ପ୍ରଦର୍ଶନ କରି ପୂର୍ବତଟ ରେଳପଥକୁ ଏକ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନରେ ଦଣ୍ଡାୟମାନ କରିପାରିଛି I  କାରଖାନାର କର୍ମଚାରୀ ମାନଙ୍କର ଅକ୍ଲାନ୍ତ ଓ ଧର୍ଯ୍ୟତାପୂର୍ଣ୍ଣ କର୍ତ୍ତବ୍ୟନିଷ୍ଠା ଯୋଗୁଁ ଦେଶର ଅନ୍ୟ ରେଳଡବା ମରାମତି କାରଖାନା ତୁଳନାରେ କମ କର୍ମଚାରୀରେ କୌଶଳ ପ୍ରଦର୍ଶନ କରି ସମାଜର କଲ୍ୟାଣ ନିମନ୍ତେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି I   

 
ଏପ୍ରିଲ ରୁ ଜୁଲାଇ ମଧ୍ୟରେ ଲକ ଡାଉନ ସମୟ ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା କୋଭିଡି-୧୯ ସମ୍ବନ୍ଧୀୟ ଉପକରଣକୁ ନିଜ ୱାର୍କଶପ ରେ ନିର୍ମାଣ କରିଛି I ଏହି ସମୟ ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ବିଶ୍ୱ ମହାମାରୀ ଭାଇରସ ଯେପରି ଅନ୍ୟ ଲୋକମାନଙ୍କୁ ସଂକ୍ରମିତ ନହେବ ସେଥିପ୍ରତି ଧ୍ୟାନଦେଇ କୋଭିଡି ସଂକ୍ରମିତ ରୋଗୀମାନଙ୍କ ପାଇଁ ୫୧ଟି କୋଚ କୁ ଆଇସୋଲେସନ କୋଚ ରେ ରୂପାନ୍ତରିତ କରିଥିଲା I 

ଏହି ଅବଧି ମଧ୍ୟରେ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ରେଳକର୍ମଚାରୀ ମାନଙ୍କ ପାଇଁ ୩୭୪୩ ଲିଟର ସାନିଟାଇଜର ଓ ୭୭୩୨ ଟି ମାସ୍କ ତିଆରି କରିଥିଲା I  ସଂକ୍ରମିତ ରୋଗୀ ମାନଙ୍କ ପାଇଁ ଏହି ୱାର୍କଶପ  ଗାଡି ସହିତ ୧୦୪ ଟି ଶଯ୍ୟା ତିଆରି କରିପାରିଥିଲା I 

 
ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା  କୋଭିଡ଼୧୯ ଆହ୍ୱାନକୁ ସାମ୍ନା କରି ୨ଟି ଷ୍ଟ୍ରେଚର, ୬୧ଟି ଅକ୍ସିଜେନ ସିଲିଣ୍ଡର ଷ୍ଟାଣ୍ଡ, ୪ଟି ବାୟୋୱେଷ୍ଟ ପରିବହନ ଟ୍ରଲି, ୪ଟି ମେଡ଼ିସିନ ଟ୍ରଲି ଏବଂ ୧୦ଟି ମେଡିକାଲ ସାମଗ୍ରୀ ବୁହାଇବାପାଇଁ ଟ୍ରଲି ତିଆରି କରିଛି I       

 
 ଏହା ବ୍ୟତୀତ ୩୫ଟି ପାଦ ପରିଚାଳିତ ହ୍ୟାଣ୍ଡ ସାନିଟାଇଜର ଡିସ୍ପେନସର, ୨୧ ଟି ପାଦ ପରିଚାଳିତ ହାତଧୂଆ ବେସିନ, ଗୋଟିଏ ଅଲଟ୍ରା ଭାଓଲେଟ ମୁଦ୍ରା ସାନିଟାଇଜର, ସ୍ୱୟଂ ଚାଳିତ ସାନିଟାଇଜର ଡିସ୍ପେନସର, କୋଭିଡ଼୧୯ ପରୀକ୍ଷା ପାଇଁ କିଓସ୍କ ସହିତ ସ୍ୱୟଂ ଚାଳିତ ଥର୍ମାଲ ସେନ୍ସର ଉପକରଣଗୁଡିକୁ ତିଆରି କରିଛି ଯାହାକି ରେଳବାଇ ଦ୍ୱାରା ଅଭିଡି ପରିଚାଳନା କ୍ଷେତ୍ରରେ ବ୍ୟବହୃତ ହୋଇପାରୁଛି I     

 
ବିଶ୍ୱ ମହାମାରୀର ସଙ୍କଟ ସମୟରେ କାର୍ଯ୍ୟକାରୀ ସମୟ ଶେଷ ହୋଇଥିବା ୩୧୬ ଟି କୋଚ କୁ ନବୀକରଣ କରି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା  ପୁନଃ ଚଳାଚଳ ଦକ୍ଷତା କରିପାରିଛି I ଏଠି ମଧ୍ୟରୁ ୪୯ଟି ଆଇସିଏଫ ନିର୍ମିତ ୪୯ଟି ଏସି ଓ ୨୩୩ଟି ଅଣ-ଏସି କୋଚ, ଏଲଏଚବି ର ୨୨ଟି ଏସି ଓ ୧୧ଟି ଅଣ-ଏସି କୋଚ ସହିତ ଗୋଟିଏ ସାଧାରଣ କୋଚ ଅନ୍ତର୍ଭୁକ୍ତ I  ମରାମତି ହେବା ପରେ ଏହି କୋଚ ଗୁଡିକୁ ବିଭିନ୍ନ ରେଳମଣ୍ଡଳ କୁ ବ୍ୟବହାର ନିମନ୍ତେ ପଠା ଯାଇଅଛି I  ଏହା ସହିତ ରେଳବାଇ ନିଜସ୍ୱ ବ୍ୟବହୃତ ପାଇଁ ୮ଟି କୋଚ କୁ ମଧ୍ୟ ଏହି ସମୟ ମଧ୍ୟରେ ମରାମତି କରାଯାଇଥିଲା ଯେଉଁ ଗୁଡିକର ନିଶ୍ଚିତ ମରାମତି ଦରକାର କରୁଥିଲା I    


ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା   ଭାରତୀୟ ରେଳବାଇର ଏକ ସମ୍ମାନଜନକ ସ୍ଥାନ ଗ୍ରହଣ କରି ଦେଶର ବିକାଶରେ ସହାୟକ ଭୂମିକା ଗ୍ରହଣ କରି ଆସୁଅଛି I  କୋଚ ମରାମତି କ୍ଷେତ୍ରରେ ଏହି କାରଖାନା ୯୫ ପ୍ରତିଶତ କାର୍ଯ୍ୟ ଦକ୍ଷତା ହାସଲ କରି ପାରିଛି I  

LEAVE A REPLY

Please enter your comment!
Please enter your name here