ମାଲକାନଗିରି !ତା:୮/୯(ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ) : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ  ମାଥିଲି ବ୍ଲକ ନିକଟସ୍ଥ ପାଙ୍ଗାମ ଠାରୁ ଅନତି ଦୂରରେ  ବଡାଗୁଡା ଛକ  ଜାତୀୟ ରାଜ ପଥରେ ମାଥିଲି ଥାନା ବଲେରୋ ସହିତ ସ୍କୁଟିର ମୁହିଁ ମୁହିଁ ଧକ୍କା ହେବା ଫଳରେ  ସ୍କୁଟି ଆରୋହୀ ପଞ୍ଚାୟତ ଗ୍ରାମ ରୋଜଗାର ସେବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି |
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ପାଙ୍ଗାମ ଗ୍ରାମର ଚିନ୍ନା ରାଓଙ୍କ ଏକ ମାତ୍ର ପୁଅ ଵାଲାରାଜୁ (୨୫ ) ନାୟକଗୁଡ଼ା ଗ୍ରାମ ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଭାବେ କାର୍ଯ୍ୟ କରୁଥବା ବେଳେ ସୋମବାର ଦିନ ନିଜ ଘର ପାଙ୍ଗାମରୁ ସ୍କୁଟି ଯୋଗେ ନାୟକଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ସମୟରେ ବିପରିତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ମାଥିଲି ଥାନା ବଲେରୋ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ; ଫଳରେ ଵାଲାରାଜୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥଲା |
ମାଥିଲି ଆଇ.ଆଇ.ସି.ରଘୁରାମ ମାଝୀ,ଏ.ଏସ.ଆଇ.ବିଜୟ ବେନିଆ, ଗୋବିନ୍ଦ ପଲ୍ଲୀ ଥାନା ଅଧିକାରୀ ନରେନ୍ଦ୍ର ଭତରା ଓ ସାଲିମି ଫାଣ୍ଡି ଅଧିକାରୀ କୌଣସି ଏକ କାମରେ ଯାଇ ଉକ୍ତ ବଲେରୋ ଗାଡିରେ ଫେରୁଥିବା ବେଳେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା |ଚାରି ଜଣ ପୋଲିସ ଅଧିକାରୀଙ୍କ ଅବସ୍ଥା ଗୁରୁତର ହେବାରୁ ମାଥିଲିରେ ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି | ଵାଲାରାଜୁଙ୍କ ଶବ ମାଥିଲି ସ୍ବାସ୍ଥ୍ଯ କେନ୍ଦ୍ରରେ ବ୍ଯବଛେଦ କଲା ପରେ ପରିବାର ଲୋକଙ୍କୁ ହସ୍ଥାନ୍ତର କରାଯାଇଛି |କ୍ଷତି ପୂରଣ ପାଇଁ ସାଧାରଣରେ ଦାବି ହୋଇଛି |

LEAVE A REPLY

Please enter your comment!
Please enter your name here