ନୂଆଦିଲ୍ଲୀ : ମାଳଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଳଦ୍ୱୀପର ନବନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି ମୋଦି। ଏହି ଗସ୍ତ ଅବସରରେ ପଡୋଶୀ ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନ୍ୟ ଦେଶର ଶୀର୍ଷ ନେତାଙ୍କ ଅାଲୋଚନା କରିଛନ୍ତି ଭାରତୀୟ  ପ୍ରଧାନମନ୍ତ୍ରୀ।

ମାଳଦ୍ୱୀପରେ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପୂର୍ବରୁ ଚୀନ ଅବଦୁଲା ୟାମିନ ସରକାର ବେଳେ ଚୀନ ସହ ମାଳଦ୍ୱୀପର ନିବିଡ଼ ସମ୍ପର୍କ ରହିଥିଲା। ତେବେ ବର୍ତ୍ତମାନର ନୂଅା ସରକାର ଭାରତକୁ ଗୁରୁତ୍ୱ ଦେଇଥିବାରୁ ଅାଗକୁ ମାଳଦ୍ୱୀପ ଓ ଭାରତ ମଧ୍ୟରେ ଦ୍ୱୀପାକ୍ଷିକ ସମ୍ପର୍କରେ ନୂଅା ସମୀକରଣର ଅାଶା କରାଯାଉଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଅାହୁରି ସୁଦୃଢ ହେବା ସମ୍ଭାବନା ରହିଛି। ୨୦୧୧ ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପ ଗସ୍ତରେ ଯାଇଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମାଳଦ୍ୱୀପ ଗସ୍ତ କରିଥିଲେ।
Loading...

LEAVE A REPLY

Please enter your comment!
Please enter your name here