nalco

ସୂର୍ଯ୍ୟ ଧନୁରାଶି ପରିତ୍ୟାଗ କରି ମକର ରାଶିକୁ ଗଲାବେଳେ ଘଟୁଥିବା ସଂକ୍ରମଣକୁ ମକର ସଂକ୍ରାନ୍ତି କୁହାଯାଏ ଏବଂ ଏହାକୁ ମଧ୍ୟ ଉତ୍ତରାୟଣ ସଂକ୍ରାନ୍ତି ବୋଲି କହିଥାନ୍ତି ।ଏହି ସମୟରେ ଦିନ ବଡ଼ ହୁଏ ଏବଂ ଏହି ସମୟରେ ପ୍ରାଣୀର ମୃତ୍ୟୁ ହେଲେ ଉତ୍ତରାୟଣର ଅଭିମାନୀ ଦେବତା ଜୀବକୁ ନେଇ ବ୍ରହ୍ମଙ୍କୁ ପ୍ରାପ୍ତ କରାଇ ଜୀବମୁକ୍ତିର ପଥ ପରିଷ୍କାର କରୁଥିବାରୁ ଏହି ସମୟର ପ୍ରାଧାନ୍ୟ ଅଧିକ ହୋଇଥାଏ । ଗୀତାରେ ଉଲ୍ଲେଖ ଅଛି, ଅଗି୍ନର୍ଜ୍ୟୋତିରହଃ ଶୁକ୍ଳଃ ଷଣ୍ମାସା ଉତ୍ତରାୟଣମ୍ । ତତ୍ର ପ୍ରୟତା ଗଛନ୍ତି ବ୍ରହ୍ମବିଦୋ ଜନାଃ ।ା(୮/୨୪)ଅର୍ଥାତ୍ ଯେଉଁ ମାର୍ଗରେ ଜ୍ୟୋତିର୍ମୟ ଅଗ୍ନି-ଅଭିମାନୀ ଦେବତା,ଦିନର ଅଭିମାନୀ ଦେବତା,ଶୁକ୍ଳପକ୍ଷର ଅଭିମାନୀ ଦେବତା ଓ ଉତ୍ତରାୟଣର ଛଅମାସର ଅଭିମାନୀ ଦେବତା ଅଛନ୍ତି,ମୃତ୍ୟୁପରେ ସେହି ମାର୍ଗରେ ଯାଇଥିବା ବ୍ରହ୍ମବେତ୍ତା ଯୋଗୀମାନେ ସେହି ଦେବତାମାନଙ୍କ ଦ୍ୱାରା କ୍ରମାନ୍ୱୟରେ ନିଆଯାଇ ବ୍ରହ୍ମଙ୍କୁ ପ୍ରାପ୍ତ ହୁଅନ୍ତି । ସେହି ସାଧକଗଣ ପୁନର୍ବାର ପୃଥିବୀକୁ ଫେରନ୍ତି ନାହିଁ ମାତ୍ର ଯେଉଁମାନଙ୍କର ମୃତ୍ୟୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଚଳନ ସମୟରେ ହୋଇଥାଏ ସେମାନେ ପୁଣି ଫେରି ଆସନ୍ତି । ଗୀତାରେ ଉଲ୍ଲେଖ ଅଛି,“ଧୂମୋ ରାତ୍ରିସ୍ତଥା କୃଷ୍ଣଃ ଷଣ୍ମାସା ଦକ୍ଷିଣାୟନମ୍ । ତତ୍ର ଚାନ୍ଦ୍ରମସଂ ଜ୍ୟୋତିର୍ଯୋଗୀ ପ୍ରାପ୍ୟ ନିବର୍ତ୍ତତେ ।ା(୮/୨୫)ଅର୍ଥାତ୍ ଯେଉଁ ମାର୍ଗରେ ଧୂମାଭିମାନୀ ଦେବତା,ରାତ୍ରି-ଅଭିମାନୀ ଦେବତା,କୃଷ୍ଣପକ୍ଷର ଅଭିମାନୀ ଦେବତା ଏବଂ ଦକ୍ଷିଣାୟନର ଛଅମାସର ଅଭିମାନୀ ଦେବତା ଅଛନ୍ତି,ମୃତ୍ୟୁପରେ ସେହି ମାର୍ଗରେ ଯାଇଥିବା ସକାମ କର୍ମ କରିଥିବା ଯୋଗୀ ଉପରୋକ୍ତ ଦେବତାମାନଙ୍କ ଦ୍ୱାରା କ୍ରମଶଃ ଉଦ୍ଧ୍ୱର୍ଲୋକକୁ ନିଆଯାଇ,ଚନ୍ଦ୍ରମାଙ୍କ ଜ୍ୟୋତି ପ୍ରାପ୍ତ ହୋଇ,ସ୍ୱର୍ଗରେ ନିଜ ଶୁଭକର୍ମର ଫଳ ଭୋଗ କରିସାରି ଫେରି ଆସେ । ଜଗତର ଶୁକ୍ଳ ଓ କୃଷ୍ଣ-ଦୁଇ ମାର୍ଗକୁ ସନାତନ ବୋଲି ଗ୍ରହଣ କରା ଯାଉଥିବାରୁ,ଉତ୍ତରାୟଣୀ ସମୟରେ ପ୍ରାଣୀର ମୃତ୍ୟୁ ହେଲେ ତାକୁ ପୁର୍ନଜନ୍ମ ନେବାକୁ ପଡ଼ୁ ନଥିବା ବେଳେ ଦକ୍ଷିଣାୟନ ସମୟରେ ମୃତ୍ୟୁ ହେଲେ ଜୀବକୁ ଜନ୍ମ ନେବାକୁ ପଡ଼ିଥାଏ ବୋଲି ଗୀତାରେ ଉଲ୍ଲେଖ ଅଛି(୮/୨୬) । ଏହି ସମୟରେ ପୃଥିବୀ ନିକଟକୁ ସୂର୍ଯ୍ୟ ଆସିଯିବାରୁ ସୂର୍ଯ୍ୟଙ୍କର ତାପ ପୃଥିବୀରେ ଅନୁଭୂତ ହୁଏ । ଏତେବେଳକୁ ଫସଲ କଟା ସରି ନୂଆ ଧାନ ଅମଳ ହୋଇ ନୂଆ ଚାଉଳ ହୋଇ ସାରିଥାଏ । ନୂଆ ଚାଉଳରେ ମକର ଚାଉଳ କରା ଯାଇ ମହାପ୍ରଭୁଙ୍କୁ ଭୋଗ କରାଯାଏ । ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀମନ୍ଦିରରେ ନବାନ ବେଢା ହୁଏ ।ଏହି ନବାନ ବେଢାର ପ୍ରବର୍ତ୍ତକ ଚୈତନ ଦେବ ବୋଲି କୁହାଯାଏ । ଏହିଦିନ ଶ୍ରୀମନ୍ଦିର ବେଢା ବୁଲିଲେ ଭକ୍ତି ବୃଦ୍ଧିହୁଏ ବୋଲି କଥିତ ଅଛି ।ଏହି ଦିନ ଫୁଲମେଲଣ ପାଇଁ ମହାଭୋଇ ବାଘମୁହଁ ବାନ୍ଧି ବଡ଼ ଦେଉଳର ବେଢା ବୁଲନ୍ତି । ମାଳିମାନେ ବାଘ ମୁହଁବାନ୍ଧି ବଡ଼ ଦେଉଳରେ ବେଢା ବୁଲନ୍ତି । ବୋଧହୁଏ ପୂର୍ବ କାଳରେ ସାଧକ ମାନଙ୍କୁ ଡରାଇ ସାଧନା ଭଙ୍ଗ କରିବାର ଉଦ୍ଦେଶ୍ୟ ନେଇ ଏପ୍ରକାର ପରିକଳ୍ପନା କରା ଯାଇଥାଇପାରେ । ଉତ୍ତରାୟଣ ସଂକ୍ରାନ୍ତି ଦିନ ଅନ୍ନବଳି ଦିଆଯାଏ । ଚାଉଳ ଓ ମକର ଚାଉଳର ଅନ୍ୟାନ ସାମଗ୍ରୀ ମିଶାଇ ଘଣ୍ଟ ଛତା କାହାଳୀ ସହ ପଟୁଆରରେ ମନ୍ଦିର ପ୍ରଦକ୍ଷିଣ କରାଇ ନୈବେଦ୍ୟ ପାଇଁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ରଖାଯାଏ ଓ ନୈବଦ୍ୟ କରାଯାଏ ।


ମକର ସଂକ୍ରାନ୍ତି ସ୍ନାନର ମହିମା ଅନେକ ।ଏହିଦିନ ସକାଳେ ଯେଉଁମାନେ ସ୍ନାନ କରନ୍ତି ସେମାନେ ମହାପାପ କରିଥେôଲ ମଧ୍ୟ ସେଥିରୁ ପାର ପାଇବା ସହ ଅପୁତ୍ରିକର ପୁତ୍ରଦୋଷ କଟି ଯାଇଥାଏ ବୋଲି ବସିଷ୍ଠ କହିଛନ୍ତି । ଏଇଥିପାଇଁ ମକର ସଂକ୍ରାନ୍ତି ଠାରୁ ଉଠି ମାଧବ ନାମ ସ୍ମରଣ କରିବା ପୂର୍ବକ ଆମ୍ବପତ୍ରରେ ଦନ୍ତ ମାର୍ଜ୍ଜନ କରି ତୈଳ ନଲଗାଇ ମାସେ ପର୍ଯ୍ୟନ୍ତ ସ୍ନାନ କରିବା ଉଚିତ ।ଏହି ସମୟରେ ଧଳାବସ୍ତ୍ର ପରିଧାନ କରିବା ସହ ମିଥ୍ୟା ନକହି,ଆମିଷ ବର୍ଜନ କରି ହବିଷ୍ୟ କରିବା ଉଚିତ ।ଏହିଭଳି ସ୍ନାନବ୍ରତ ଆଚରଣ କରି ପାରିଲେ ମାୟା ସଂସାରରୁ ଉଦ୍ଧାର ମିଳି ପାରିବ । ପୂର୍ବକାଳରେ ରକ୍ଷକା ନାମ୍ନୀ ମହିଳା ନିଜର ଯୁବାବସ୍ଥାରେ ସ୍ୱାମୀଙ୍କୁ ହରାଇ ମନରେ ବୈରାଗ୍ୟ ଆସିବାରୁ ସ୍ଫଟିକ ମାଳା ହାତରେ ନେଇ କୃଷ୍ଣନାମ ଜପ କରି,ମନରୁ ହିଁସା,କାମ,କ୍ରୋଧ ଛାଡ଼ି ମକର ସ୍ନାନ ପ୍ରତ୍ୟହ ସକାଳେ କରି ଭୃଗୁମୁନିଙ୍କର ସେବା କରିଥିବାରୁ ସ୍ୱେଦେହରେ ସ୍ୱର୍ଗକୁ ଯାଇଥିଲେ ବୋଲି ପଦ୍ମପୁରାଣରେ ବର୍ଣ୍ଣିତ ହୋଇଛି ।
ଓଡ଼ିଶାରେ ମକର ସଂକ୍ରାନ୍ତି ସକାଳେ ମକର ପଲ୍ଲାର ଅଗ୍ନି ଜଳା ଯାଉଥିବାର ଦୃଶ୍ୟ ଅନେକ ସ୍ଥାନରେ ଦେଖା ଯାଇଥାଏ । ମକର ସଂକ୍ରାନ୍ତି ସକାଳେ ମକର ପଲାରେ ଅଗ୍ନି ସଂଯୋଗ କରି ମକର ବୁଡ଼ ପକାଯାଇ ଶୀତକୁ ପୋଡ଼ି ଦିଆଯାଏ ବୋଲି ଜନଶ୍ରୁତି ଅଛି,ଫଳରେ ମକର ସଂକ୍ରାନ୍ତି ଠାରୁ ଶୀତ ଅଧା ହୋଇଯାଏ ବୋଲି ବିଶ୍ୱାସ ଜନମାନସରେ ପ୍ରଚଳିତ ଅଛି । ମାତ୍ର କେତେକ ମତ ଦିଅନ୍ତି ମାଘମାସର ଭୟଙ୍କର ଶୀତରୁ ରକ୍ଷା ପାଇବା ପାଇଁ ମକର ବୁଡ଼ ପକାଇ ନିଜ ଦେହକୁ ଗରମ କରିବା ଉଦ୍ଦେଶ୍ୟ ନେଇ ମକରପଲ୍ଲା ସୃଷ୍ଟି ହୋଇ ଥାଇପାରେ ।ଏବେବି ଅନେକ ଗାଁଗଣ୍ଡାରେ(ମାସେ ପର୍ଯ୍ୟନ୍ତ ସ୍ନାନ କରିବାକୁ ସକ୍ଷମ ହେଉନଥିବା) ପିଲାରୁ ବୟସ୍କ ପର୍ଯ୍ୟନ୍ତ ମକର ସଂକ୍ରାନ୍ତି ଦିନ ସକାଳେ ମକର ପଲ୍ଲା(ଡାଳ,ପତ୍ର ସବୁ ଏକାଠି କରି ତ୍ରିଭୁଜାକାରରେ ନିର୍ମିତ ଛାଉଣୀ)ରେ ଅଗ୍ନି ଲଗାଇ ନଦୀ ବା ପୋଖରୀ ଜଳରେ ସ୍ନାନ କରି ନିଜ ଶରୀରକୁ ସେହି ଅଗ୍ନିରେ ଗରମ କରି ପୂର୍ବ ପରମ୍ପରାକୁ ବଜାଇ ରଖିଥିବା ଦେଖାଯାଏ ।ଏହା ପୂର୍ବରୁ ନଦୀ ବା ପୁଷ୍କରଣୀ ଆଡ଼ିରେ(ସ୍ନାନତୁଠ ନିକଟରେ)ପଲ୍ଲାଟିଏ ନିର୍ମାଣ କରି ସୂର୍ଯ୍ୟତାପରେ କଞ୍ଚା ଡାଳପତ୍ର ଶୁଖିବା ନିମନ୍ତେ ଛାଡ଼ି ଦିଆ ଯାଇଥାଏ । ଚାଷୀ ଭାଇ ମାନଙ୍କର ଏହା ଏକ ମହାନ ପର୍ବ ହୋଇଥିବାରୁ ଏବଂ କୃଷିକାର୍ଯ୍ୟ ସରି ଯାଇଥିବାରୁ,ସେହି ଦିନ ସକାଳେ ଧାନ ଖଳାକୁ ଗୋବରରେ ଲିପି,ମଝିରେ ଝୋଟିକାଟି ସେଥିରେ ପାଛିଆ,ଟୁକୁଲି,କୁଲା,ଶେର,ମାଣ ଆଦିକୁ ଗୋବରରେ ଲିପି,ନୂଆ ଚାଉଳ ପିଠଉରେ ଝୋଟିକାଟି ତାକୁ ଓଲଟାଇ ରଖି,ତା ପାଖରେ ଧାନ ଅମଳରେ ଲାଗୁଥିବା ଉଖୁଣି ବାଡ଼ି,ଦାଉଣି ଆଦି ରଖି ମା’ଲକ୍ଷ୍ମୀଙ୍କର ପୂଜା କରା ଯାଇଥାଏ । ଚାଷିଭାଇ ମାନଙ୍କର ସେହିଦିନ ଅନ୍ୟାନ କର୍ମ ନଥିବାରୁ ଏବଂ କୃଷିକାର୍ଯ୍ୟରୁ ଅବସର ମିଳିଥିବାରୁ ଅନେକ ପ୍ରକାର ଖେଳ,କଉତୁକ ଓ ମଉଜମଜଲିସରେ ସମୟ କାଟିଥାଆନ୍ତି । ମକର ସମୟରେ ଅନେକ ମନଖୁସୀରେ ଗୁଡ଼ି ଉଡାଇଥାଆନ୍ତି । ଏହି ସମୟରେ ଗୃହିଣୀ ମାନେ ଅନେକ ପ୍ରକାର ପିଠାପଣା କରି ବଡ଼ ଉତ୍ସାହର ସହିତ ଏହିଦିନକୁ ପାଳନ କରିଥାଆନ୍ତି । ଏହା ପ୍ରାୟତଃ ପ୍ରତ୍ୟେକ ବର୍ଷ ଜାନୁଆରି ୧୪ କିମ୍ବା ୧୫ରେ ପଡିଥାଏ ।
ଏହି ସମୟକୁ ମଧ୍ୟ ପୋଙ୍ଗଲ ତାମିଲ ଓ ହିନ୍ଦୁମାନଙ୍କର ବଡପର୍ବ ଭାବରେ ପାଳନ କରାଯାଏ । ପୋଙ୍ଗଲର ଅର୍ଥ ଉଫାନ ବା ବିପ୍ଳବ । ପାରମ୍ପରିକ ରୂପରେ ସମ୍ପନ୍ନତାକୁ ସମର୍ପିତ ଉତ୍ସବ ଯାହାକି ସମୃଦ୍ଧି ଆଣିଥାଏ ବର୍ଷା,ଖରା ତାଥା ବିପଦ-ଆପଦ ଆଦି ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା ପାଇବା ନିମନ୍ତେ ତେଲଗୁ,ତାମିଲ ତଥା ଆଦିବାସୀମାନେ ପାଳନ କରିଥାନ୍ତି । ଏହିଦିନ ସୂର୍ଯ୍ୟଙ୍କୁ ପ୍ରସାଦ ଅର୍ପଣ କରାଯାଇଥାଏ । ଏହି ଅର୍ପଣକୁ ପୋଙ୍ଗଲ କହନ୍ତି ।ଏହି ପର୍ବକୁ ତାମିଲ ଓ ତେଲଗୁମାନେ ନୂଆବର୍ଷ ଭାବରେ ପାଳନ କରନ୍ତି । ନିଜ ନିଜର ଘରମାନକୁ ସଫାସୁତୁରା କରିବା ସହିତ ଫୁଲ,ଆମ୍ବଡାଳ ଏବଂ ସୁନ୍ଦର ମୁରୁଜରେ

LEAVE A REPLY

Please enter your comment!
Please enter your name here