ସୁଭେନ୍ଦ୍ର ପଟ୍ଟନାୟକ  : ମକର ସଂକ୍ରାନ୍ତି ଆସିଲେ ମନେପଡେ ଆମ ଭାରତର ବିଭିନ୍ନ ରାଜ୍ୟର ବିଭିନ୍ନ ପରମ୍ପରା , ଯାହା ଦର୍ଶାଇଥାଏ ଭାରତର ଭିନ୍ନତାର ଏକତାକୁ l କେଉଁଠି ପାଳନ କରାଯାଏ ଗୋଟିଏ ନୂଆ ବର୍ଷର ଆଗମନକୁ ନେଇ , ଆଉ କେଉଁଠି ପାଳନ ହୁଏ ବନ୍ଧୁତାର ଛାପ ପକାଉଥିବା ମକର ଚାଉଳର ମହତ୍ୱ ଆଉ କେଉଁଠି ପାଳିତ ହୁଏ ଭଲ ଫସଲର ଅନୁଭବକୁ ନେଇ l

ମକର ସଂକ୍ରାନ୍ତି ହିନ୍ଦୁ ଧର୍ମର ଗୋଟିଏ ବଡ ପର୍ବ ଭାବେ ପାଳନ କରାଯାଏ l ଏହାର ବିଶେଷତ୍ୱ ହେଉଛି ମକର ସଂକ୍ରାନ୍ତି ସବୁ ବର୍ଷ ଗୋଟିଏ ତାରିଖରେ ପଡେ , ଯେତେବେଳେ ସୂର୍ଯ୍ୟ ଉତ୍ତର ଆଡକୁ ଅଗ୍ରସର ହୋଇ ମକର ରେଖା ହୋଇ ଗତିକରନ୍ତି l ଯେତେବେଳେ ସୂର୍ଯ୍ୟ ମକର ରେଖା ପର୍ଯ୍ୟନ୍ତ ଆସନ୍ତି ସେହି ଦିନଟିକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ ଓ ସେହି ଦିନଟି ଜାନୁଆରୀ 14 ତାରିଖ ହୋଇଥାଏ l ଜ୍ୟୋତିଷଙ୍କ ଦୃଷ୍ଟିରେ ଦେଖିଲେ ସୂର୍ଯ୍ୟ ଧନୁ ରାଶିକୁ ଛାଡି ମକର ରାଶିରେ ପ୍ରବେଶ କରନ୍ତି  ଓ ସେହି ସମୟରେ ସୂର୍ଯ୍ୟ ଉତ୍ତର ଆଡକୁ ଗତି କରିଥାନ୍ତି l

ଭାରତର ବିଭିନ୍ନ ଜାଗାରେ ବିଭିନ୍ନ ପ୍ରକାରରେ ମକର ସଂକ୍ରାନ୍ତି ପାଳନ କରାଯାଏ l ଆନ୍ଧ୍ର ପ୍ରଦେଶ , କେରଳରେ ଏହାକୁ ସଂକ୍ରାନ୍ତି ଭାବେ ପାଳନ କରାଯାଏ , କର୍ଣାଟକରେ ଏହା ପୋଙ୍ଗଲ ପର୍ବ ଓ ଓଡ଼ିଶାରେ ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ l ପଞ୍ଜାଵ , ହରିୟାନାରେ  ଏହି ସମୟରେ ନୂଆ ଫସଲକୁ ସ୍ୱାଗତ କରାଯାଏ ଓ ଏହାକୁ ଲୋହଡ଼ି ପର୍ବ କୁହ ଯାଏ l ଆମ ଓଡ଼ିଆ ଘରର ପରମ୍ପରା ଅନୁସାରେ ଏହିଦିନ ମକର ଚାଉଳ ଠାକୁରଙ୍କ ପାଖରେ ଭୋଗ ହୋଇଥାଏ l ଏହି ଦିନ ପ୍ରାୟ ସମସ୍ତେ ଶିଵାଲୟ ଯାଇ ଶିବଙ୍କୁ ଜଳାଭିଷେକ କରିଥାନ୍ତି l

ଆସାମରେ ଏହା ବିହୁ ପର୍ବ ନାମରେ ପାଳିତ କରାଯାଉଛି l ବିଭିନ୍ନ ପ୍ରାନ୍ତରେ  ମକର ସଂକ୍ରାନ୍ତି ଅଲଗା ଅଲଗା ନାମରେ ନାମିତ ଓ ତାର ବିଦ୍ଧି ମଧ୍ୟ ଅଲଗା ଅଲଗା ହୋଇଥାଏ l

ଅଲଗା ଅଲଗା ବିଧି ଅନୁସାରେ ପର୍ବର ପାଳନ , ଖାଇବା ଓ ପିଇବା ମଧ୍ୟ ଅଲଗା ହୋଇଥାଏ l  କିନ୍ତୁ ଡାଲି , ଚାଉଳ ଓ ଖେଚେଡ଼ି ଏହାର ପ୍ରମୁଖ ପରିଚୟ ଅଟେ l ବିଶେଷ କରି ଗୁଡ ଓ ଘିଅରେ ଖାଇବାର ମଜା ବହୁତ ଅଲଗା l ଏହା ସହିତ ହଳଦୀ ଓ ଗୁଡ଼ା ମକର ସଂକ୍ରାନ୍ତିରେ ବହୁତ ମହତ୍ୱ ରହିଛି l  ମକର ସଂକ୍ରାନ୍ତି ଦିନ  ସକାଳୁ ଜଲଦି ଉଠି ହଳଦୀ ଲଗେଇ ଗାଧୋଇବା ପାଇଁ ଯିବାକୁ ପଡେ l ଘରେ ବିଭିନ୍ନ ପ୍ରକାକାରର ଲଡୁ ଓ ଅନ୍ୟାନ୍ୟ ମିଠା ନାଧ୍ୟ ତିଆରି କରାଯାଏ l ମକର ସଂକ୍ରାନ୍ତିକୁ ସ୍ନାନ ଓ ଦାନର ପର୍ବ ମଧ୍ୟ କୁହାଯାଏ l

ଏହି ଦିନ ପବିତ୍ର ନଦୀରେ ଗାଧେଇବା ବହୁତ ପୁଣ୍ୟ ହୋଇଥାଏ l ଏବଂ ଏହି ଦିନ ଗୁଡା , ଖେଚେଡି , ଫଳ ରାଶି ଅନୁସାରେ ଦାନ କଲେ ବହୁତ ପୁଣ୍ୟ ମିଳିଥାଏ l ଏକଥା ମଧ୍ୟ କୁହ ଯାଏଯେ ଏହି ଦିନ ଦାନ କଲେ ସୂର୍ଯ୍ୟ ଦେବତା ପ୍ରସନ୍ନ ହୁଅନ୍ତି l ଏସବୁ ଛଡା ଏହି ଦିନଟି ବହୁତ ଖୁସିର ଦିନ ଓ ଏହି ଦିନ ଗୁଡ଼ି ଉଡ଼ାର ମଧ୍ୟ ବହୁତ ମହତ୍ୱ ଅଛି l

ଏହି ସମୟ ଶୀତ ଋତୁର ହୋଇଥିବାରୁ ସକାଳର ସୂର୍ଯ୍ୟକିରଣ ଶରୀର ପାଇଁ ସୁସ୍ଥ ଏବଂ ଏହା ଚର୍ମ ଓ ହାଡ ପାଇଁ ଅତ୍ୟନ୍ତ ଲାଭଦାୟକ । ସେଥିପାଇଁ ଏହି ଦିନ ଗୁଡ଼ି ଉଡ଼ାଯାଏ ଯାହା ଦ୍ୱାରା ଶରୀର ସୂର୍ଯ୍ୟ କିରଣର ଲାଭ ପାଇଥାଏ । ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହି ଦିନ ସୂର୍ଯ୍ୟ କ୍ରୋଧ ତ୍ୟାଗକରି ତାଙ୍କ ପୁତ୍ର ଶନି ଦେବଙ୍କ ଘରକୁ ଯାଇଥିଲେ ତେଣୁ ଏହି ଦିନକୁ ସୁଖ ଏବଂ ସମୃଦ୍ଧିର ଦିନ ଭାବେ ବିବେଚନା କରାଯାଏ । ଭଗବାନ ରାମ ମଧ୍ୟ ଏହି ଦିନ ଗୁଡ଼ି ଉଡାଇଥିଲେ ବୋଲି କୁହାଯାଏ।

ଉତ୍କଳ ଭାଟିକା ଆପାର୍ଟମେଣ୍ଟ , ଭୁବନେଶ୍ୱର

9937704069

LEAVE A REPLY

Please enter your comment!
Please enter your name here