nalco

ଭୁବନେଶ୍ୱର : ରାଜ୍ୟରେ ଗରୀବ ଆଦିବାସୀ ଦଳିତ ଏବଂ ଅନ୍ୟ ବର୍ଗର ମହିଳା ସଂପୂର୍ଣ୍ଣରୂପେ ଆଜି ଅସୁରକ୍ଷିତ । କିଛିଦିନ ତଳେ ଢ଼େଙ୍କାନାଳ ଜିଲାର ବେଲଟିକିରି ଘଟଣା ମନରେ ନ ଲିଭିବା ପୂର୍ବରୁ ଆଉ ଏକ ଲୋମଟାଙ୍କୁରା ଘଟଣା ପୁଣି ଘଟିଗଲା । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସ୧ିଳନୀରେ ପ୍ରଦେଶ କଂଗ୍ରେସ ମହିଳା ସଭାପତି ଶ୍ରୀମତୀ ସୁମିତ୍ରା ଜେନା ଓ କଂଗ୍ରେସ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ଗଣମାଧ୍ୟମକୁ ସୁଚନା ଦେଇ କହିଛନ୍ତି ଡାରିଙ୍ଗବାଡ଼ିରେ ଏକ କନ୍ୟାଶ୍ରମ ସ୍କୁଲରେ ଏକ ଅଷ୍ଟମ
ଶ୍ରେଣୀର ଛାତ୍ରୀକୁ ଦୀର୍ଘ ଦିନ ଧରି ସେଠାରେ ଯୌନ ଉତ୍ପିଡ଼ନା ଦିଆଯାଉଥିଲା । ଫଳସ୍ୱରୂପ ଛାତୀ ଜଣକ ଗର୍ଭବତି ଥିଲେ ଏବଂ ଗତକାଲି କ୍ୟାଶ୍ରମର ଗାଧୁଆ ଘରେ ଏକ ପିଲା ଜନ୍ମ କରିଛନ୍ତି । ସଭାନେତ୍ରୀ ଶ୍ରୀମତୀ ଜେନା ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ଏ ଘଟଣାର ସେବାଶ୍ରମର ପରି·ଳକ ଶିକ୍ଷକ, ଶିକ୍ଷୟତ୍ରୀ କିଭଳି ଭାବରେ ଜାଣିସୁଣି ଦୀର୍ଘ ୮ମାସ କାଳା ଚୁପ ରହିଥିଲେ ଏବଂ ଦୋଷୀକୁ ଦଣ୍ଡଦେବା ପରିବର୍ତେ ତାକୁ ଘୋଡ଼ାଇ ରଖିଥିଲେ । ଖାଲି ସେତିକି ନୁହେଁ ସରକାରଙ୍କ ନିୟମ ଅନୁଯାୟୀ ସରକାରୀ ଡାକ୍ତର କନ୍ୟାଶ୍ରମ ମାନଙ୍କୁ ବିଭିନ୍ନ ସମୟରେ ଯାଇ କନ୍ୟାଶ୍ରମରେ ରହୁଥିବା ପିଲାମାନଙ୍କର ସ୍ୱାସ୍ଥ୍ୟବସ୍ଥାର ନିରକ୍ଷଣ କରିବା କଥା । ଯଦି ଡାକ୍ତର ସେ ବିଦ୍ୟାଳୟକୁ ଯାଇଥିଲେ ତାହାଲେ ସେହି ଛାତ୍ରଜଣଙ୍କୁ ଡାକ୍ତରଜଣକ ପରୀକ୍ଷା ନିରୀକ୍ଷା କରିଥିଲେ କି? ଏକ ଅପ୍ରାପ୍ତ ବୟସ୍କା ଛାତ୍ରୀ ଜଣଙ୍କ କନ୍ୟାଶ୍ରମରେ ପାଠ ଢ଼ୁଥିଲାବେଳେ କିଭଳି ଗର୍ଭଧାରଣ କଲେ ଏହାର ତଥ୍ୟ ତାଙ୍କ ପାଖରେ ଥିଲାକି ଯଦି ଥିଲା ତାହାେଲେ ସେ ଜିଲ୍ଲାପାଳଙ୍କୁ ଓ ସିଡିଏମଙ୍କୁ ଜଣାଇଥିଲେକି । ଏ ସବୁ ତଥ୍ୟକୁ କିଭଳି ଏତେଦିନ କାଳ କାହା ପ୍ରରୋଚନରେ ଲୁଚାଇ ରଖି ଗରୀବ ଅବହେଳିତ ଝିଅଟିକୁ ବିପଦ ମୁହଁକୁ ଠେଲିଦିଆଗଲା । ଏ ରାଜ୍ୟ ସରକାର ସମୟରେ ଆଦିବାସୀ ଓ ହରିଜନ ଏବଂ ବିଭିନ୍ନ ବର୍ଗର ମହିଳାମାନଙ୍କ ପ୍ରତି ଅତ୍ୟାଚାର ବଢ଼ି·ଲିଛି କିନ୍ତୁ ନବୀନ ବାବୁ ନିରବରେ ବସିରହିଛନ୍ତି । ପ୍ରଦେଶ କଂଗ୍ରେ ଏ ଅପାରଗ ସ୍ଥାଣୁ ସରକାରଙ୍କ ପାଖରୁ କୈଫତ ମାଗୁଛି । ଆଜି ମହିଳା ଏତେ ଅସୁରକ୍ଷତିକାହଁକି । ତେଣୁ ଆଦିବାସୀ କଲ୍ୟାଣ ବିଭାଗର ମବୀ ଏ ଦାୟତ୍ୱରେ ଶୀଘ୍ର ଖସିପରିବେ ନାହିଁ ଏବଂ ସେ ଶୀଘ୍ର ତାଙ୍କ ପଦରୁ ଇସ୍ଥଫା ଦାବି କରୁଛି । ଏହି ସାମ୍ବାଦିକ ସ୧ିଳନୀରେ କଂଗ୍ରେସ ମୁଖପାତ୍ର ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here