ଭୁବନେଶ୍ୱର: ଶେଷରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପ୍ରଦୀପ ମହାରଥୀ। ବିରୋଧୀ ଦଳର ପ୍ରବଳ ଚାପ ପରେ ମହାରଥୀ ଆଜି କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି।

ପିପିଲି ଗଣଦୁଷ୍କର୍ମ ମାମଲାରେ କୋର୍ଟଙ୍କ ରାୟ ଆସିବା ପରେ ପିପିଲି ପୀଡ଼ିତାକୁ ନ୍ୟାୟ ମିଳିଥିବା ମହାରଥୀ ତାଚ୍ଛଲ୍ୟ କରିଥିଲେ। ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ବିରୋଧ କରିଥିଲେ। ସେମାନେ ମହାରଥୀଙ୍କ ଇସ୍ତଫା ଦାବିରେ ଅଡ଼ି ରହିବା ସହ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ଦାବି କରି ଆସୁଥିଲେ।

ଅନ୍ୟପଟେ ମହାରଥୀ ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ। ତାଙ୍କ ମନ୍ତବ୍ୟ ଦ୍ୱାରା ଯଦି ଯଦି କେହି ଆଘାତ ପାଇଥାନ୍ତି, ଏଥିପାଇଁ ସେ ଦୁଃଖିତ ବୋଲି କହିଥିଲେ। ତେବେ ବିରୋଧୀ ଏଥିରେ ସନ୍ତୁଷ୍ଟ ହୋଇନଥିଲେ। ତାଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି ରଖିଥିଲେ। ପୂର୍ବରୁ ୨୦୧୨ରେ ପିପିଲି ମାମଲାରେ ମଧ୍ୟ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଇସ୍ତଫା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମହାରଥୀ। କହିଲେ, ମୁଁ ବିଜୁ ଜନତା ଦଳର ଜଣେ ସଚ୍ଚୋଟ କର୍ମୀ, ଦଳ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି। ଦଳ ଉପରେ ଚାପ ନପଡୁ, ତେଣୁ ସ୍ୱତଃ ପ୍ରବୃତ୍ତ ଇସ୍ତଫା ଦେଲି।

LEAVE A REPLY

Please enter your comment!
Please enter your name here