ମାହାଙ୍ଗା :ବୁଧବାର ମାହାଙ୍ଗା ବ୍ଲକର ଜଳେଶ୍ୱରପୁର ଠାରେ କଂଗ୍ରେସ ଦଳ ପକ୍ଷରୁ ସମାଜସେବୀ ଦେବେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ରୂପେ ଯୋଗଦେଇ ରାଜ୍ୟ ସରକାରଙ୍କ ୧୮ବର୍ଷ ଶାସନ ଭିତରେ ରାଜ୍ୟରେ ବେକାରି ବଢ଼ିବା ସହ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି
ଥିବା ସୂଚନା ଦେଇଥିଲେ। କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣଛାଡ କରିବା ସହିତ ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ କରାଯିବ ବୋଲି ବକ୍ତବ୍ୟ ରଖିଥିଲେ। ସଭାରେ ପିସିସି କାର୍ଯ୍ୟକାରୀ ସଭାପତି ତଥା ବିରୋଧି ଦଳ ଉପନେତା ଚିରଞ୍ଜୀବ ବଶ୍ୱାଳ ଯୋଗଦେଇ ଆଗାମୀ ନିର୍ବାଚନରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ଭୋଟ୍‌ ଦେଇ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ କୃଷି ଋଣଛାଡ, ସାଧାରଣ ପେନ୍‌ସନ୍‌ ୩୦୦ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କାକୁ ବୃଦ୍ଧି କରିବା, ବେକାରି ପିଲାଙ୍କୁ ନିଯୁକ୍ତି ଦେବାକୁ ଅଗ୍ରାଧିକାର ଦେବା ପ୍ରଥମ କାମ ହେବବୋଲି କହିଥିଲେ । ଏହି ଅବସରରେ ସାଲେପୁର ବିଧାୟକ ପ୍ରକାଶ ବେହେରା ସୂଚନା ଦେଇ କହିଲେ ଯେ ଦେବେନ୍ଦ୍ର କୁମାର ସାହୁ ମାହାଙ୍ଗାରେ ପ୍ରାର୍ଥୀ ହେଲେ ତାଙ୍କୁ ସବୁପ୍ରକାର ସହଯୋଗ କରିବେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ଧରଣୀଧର ନାୟକ, ଅଖିଳ ଭାରତୀୟ କଂଗ୍ରେସ କମିଟି ସଂଯୋଜକ ରୁଦ୍ର ରାଜୁଜୀ ଯୋଗଦେଇ କର୍ମୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ। ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୁରୁପଦ ନନ୍ଦ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉସିବରେ ବରିଷ୍ଠ ଆଇନଜୀବି ପ୍ରବୀଣ କାନୁନ୍‌ଗୋ, ଇଂ. ଆକାଶ ଭୂୟାଁ, ଅଲେଖ ସ୍ୱାଇଁ, ଆଇନଜୀବି ଭାଷ୍କର ବେହେରା, ପ୍ରଦିପ୍ତ କିଶୋର ଭୂୟାଁ, ଦେବେନ୍ଦ୍ର ଲେଙ୍କା, ପ୍ରଦିପ୍ତ କୁମାର ରାଉତ,
ରବିନ୍ଦ୍ର ପରିଡା, ମହେଶ୍ୱର ପଣ୍ଡା, ସନ୍ତୋଷ ବଳ,କିଶୋର ଭୂଇଁୟା, ଜଗବନ୍ଧୁ ଦାଶ, ଜଗନ୍ନାଥ ବିଶ୍ୱାଳ, ଦିଲିପ କୁମାର ପ୍ରଧାନ, ଅଭୟ ଭଟ୍ଟାଚାର୍ଯ୍ୟ, ଭାଗ୍ୟଧର ସେଠୀ ପ୍ରମୁଖ ଯୋଗଦେଇଥିଲା ବେଳେ ସଭାପତି ଦେବେନ୍ଦ୍ର ସାହୁ ମାହାଙ୍ଗାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସ୍ୱାସ୍ଥ୍ୟର ଅବସ୍ଥା ଗୁରୁତର ବୋଲି ସୂଚନା ଦେବା ସହ ମାହାଙ୍ଗା ଲୋକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଏହି ସଭାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here